Odia News Portal

ଏଣିକି ସାଂସଦଙ୍କ କଟିବ ୩୦% ବେତନ

ନୂଆଦିଲ୍ଲୀ() କରୋନା ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ଆସିଛି ବଡ ପରିବର୍ତ୍ତନ । ଘରୋଇ ଓ ସରକାରୀ କ୍ଷେତ୍ରରେ କର୍ମଚାରୀଙ୍କ ଦରମା କଟ୍ ହେଉଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ସାଂସଦ । ସଂସଦର ସଦସ୍ୟଙ୍କ ଦରମା ଓ ପେନସନ୍ (ସଂଶୋଧନ) ବିଲ,୨୦୨୦ ଆଜି ଲୋକସଭାରେ ପାରିତ ହୋଇଛି । ଏହା ଅଧୀନରେ ଗୋଟିଏ ବର୍ଷ ପାଇଁ ସାଂସଦଙ୍କ ଦରମାରୁ ୩୦% କଟାଯିବ । ଅଧିକ ସାଂସଦ ଏହି ବିଲକୁ ସମର୍ଥନ କରିଥିଲେ । କିନ୍ତୁ ସରକାର ସାଂସଦ ନିଧି ନକାଟିବା ପାଇଁ ସେମାନେ ଦାବି କରିଥିଲେ ।