Odia News Portal

ଅଳ୍ପକେ ବର୍ତ୍ତିଲେ ସାଂସଦ

ଦେବଗଡ଼()  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସମ୍ବଲପୁର ସାଂସଦ। ସମ୍ବଲପୁର ସାଂସଦଙ୍କ କାର୍‌କୁ ଟ୍ରକ୍‌ ଧକ୍କା ଦେଇଛି । ତେବେ ସାଂସଦ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦେବଗଡ଼ ଥାନା ତଥା ତିଳେଇବଣି ବ୍ଲକ କୁରଡ଼ ଗାଁ ଏନ୍‌ଏଚ୍-୫୩ରେ ଏହି ଘଟଣା ଘଟିଛି। ସମ୍ବଲପୁରରୁ ଫେରୁଥିବା ବେଳେ ସାଂସଦ ନୀତେଶ ଗଙ୍ଗଦେବଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ଦେବଗଡ ଥାନା ଏନ୍‌ଏଚ୍‌-୪୯ର କୁରୁଡ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମୟରେ ଗାଡ଼ି ଭିତରେ ସାଂସଦ ନୀତେଶ ଗଙ୍ଗଦେବ ରହିଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ।
ଗତକାଲି ରାତି ୧୦ଟାରେ ପଛରୁ ଆସୁଥିବା ଏକ ଟ୍ରକ୍ ଧକ୍କା ହେବାରୁ ସମ୍ବଲପୁର ସାଂସଦ ନିତେଶ୍ ଗଙ୍ଗଦେବଙ୍ଗ କାର କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷରେ ମାତାଲ୍ ଅବସ୍ଥାରେ ଟ୍ରକ୍ ଚଳାଉଥିବା ସମ୍ପୃକ୍ତ ଡ୍ରାଇଭରଙ୍କୁ ସ୍ଥାନୀୟ ଗାଁଲୋକ କାବୁ କରିବା ସହ ପୁଲିସ୍‌କୁ ହସ୍ତାନ୍ତର କରିଥିବା ଜଣାପଡିଛି।