Odia News Portal

ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି

ଭୁବନେଶ୍ୱର() ବିଶ୍ୱ ମହାମାରୀ କରୋନା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ସେ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଗତକାଲି ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ସେ ଏହି ଘୋଷଣା କରିଥିଲେ ।

ତେବେ ମୋଦୀଙ୍କ ଏହି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପଇସା କେଉଁଠୁ ଆସିବ, ଏହା କ’ଣ ବଜେଟରୁ କଟାଯିବକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଏହାଛଡ଼ା ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋଦିଙ୍କ ଲୋକାଲ ସାମଗ୍ରୀ ବ୍ୟବହାର ନିବେଦନ କିଛି ନୂଆ କଥା ନୁହେଁ । ପୂର୍ବରୁ ମହାତ୍ମା ଗାନ୍ଧି ଏହି ଡାକରା ଦେଇଥିଲେ । ବିଦେଶୀ ଜିନିଷ ବନ୍ଦ କଲେ ଆମ ଉପôାଦିତ ସାମଗ୍ରୀର ଚାହିଦା ବଢିବ ବୋଲି ଶ୍ରୀ ପଟ୍ଟନାୟ କହିଛନ୍ତି ।

ଅନ୍ୟପକ୍ଷରେ ଗତକାଲିର ସମ୍ବୋଧନ ବେଳେ ମୋଦୀ କିଛି କହିନାହାନ୍ତି । ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟ ପରେ ଯାହା ଜଣାପଡ଼ିବ । ଉକ୍ତ ପ୍ୟାକେଜରେ ଗରିବ, ଚାଷୀ ଓ ମଧ୍ୟବିତ୍ତଙ୍କ ସୁବିଧା ପାଇଁ ଥିବା ଆଶା ବୋଲି ନିରଞ୍ଜନ କହିଛନ୍ତି ।

ପ୍ରକାଶ ଯେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ କେଉଁ କ୍ଷେତ୍ରକୁ କେତେ ପ୍ରୋତ୍ସାହନ ଦିଆଯିବ ସେନେଇ ଅର୍ଥମନ୍ତ୍ରୀ ଘୋଷଣା କରିବେ।

କରୋନା ସଙ୍କଟ ସମୟରେ ଦେଶର ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ପ୍ରଧାମନ୍ତ୍ରୀ ଆତ୍ମନିର୍ଭର ଅଭିଯାନର ଘୋଷଣା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜରେ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯିବ। ଅର୍ଥ ମନ୍ତ୍ରଣାଳୟ ଏହାର ବିସ୍ତୃତ ସୂଚନା ଦେବ।