Odia News Portal

ଅସ୍ତମିତ ସୂର୍ଯ୍ୟର ସୌନ୍ଦର୍ଯ୍ୟରେ ଆନ୍ଦୋଳିତ କବି ଅରୁଣ

ଭୁବନେଶ୍ୱର () ଡକ୍ଟର ଅରୁଣ କୁମାର ସାହୁ ଜଣେ କୁଶଳୀ ଓ ବିଚକ୍ଷଣ ରାଜନୀତିଜ୍ଞ ସାଙ୍ଗକୁ ଜଣେ ଉଚ୍ଚକୋଟୀର କବି । ଏକଥା କାହାକୁ ଅଛପା ନୁହଁ । ସେ ଜଣେ ପ୍ରକୃତି ପ୍ରେମୀ ମଧ୍ୟ । ତାଙ୍କର ଅଧିକାଂଶ କବିତା ପ୍ରକୃତି କିମ୍ବା ମନୁଷ୍ୟ ଜୀବନ ସହ ଜଡିତ ।

ଗତ 17 ତାରିଖ, ସନ୍ଧ୍ୟା ସମୟ । ନିଜ ନିର୍ବାଚନମଣ୍ଡଳୀରେ ଦଳର ଜନସମ୍ପର୍କ ପଦଯାତ୍ରାରେ ବୁଲୁବୁଲୁ ବିଧ୍ୟାୟକ ମହୋଦୟ ପହଁଚିଲେ କୁରାଳ ପଂଚାୟତର ଦଣ୍ଡୋର ଗାଁରେ । ଗାଁର ପାଣିଷଣ୍ଢ ମନ୍ଦିର ପ୍ରାଙ୍ଗଣରେ ଏକ ସଭାରେ ଯୋଗଦେଲେ । ଏହି ଅବସରରେ ଗଛ ଆଢୁଆଳରେ ଲୁଚିଯାଉଥିବା ଅସ୍ତମିତ ସୂର୍ଯ୍ୟ ଉପରେ ତାଙ୍କର ଦୃଷ୍ଟି ପଡିଲା । ଗଛ ଉହାଡରେ ଅସ୍ତମିତ ସୂର୍ଯ୍ୟଙ୍କ ରଙ୍ଗ ଓ ସୌନ୍ଦର୍ଯ୍ୟ ତାଙ୍କୁ ଏତେ ଆନ୍ଦୋଳିତ କରିଥିଲା ଯେ ସଭା ମଞ୍ଚରେ ଦଳର ନେତା ଓ କର୍ମୀମାନେ ରାଜନୀତି କଥା କହୁଥିବା ବେଳେ କବି ଅରୁଣ ପ୍ରକୃତିର କୋଳରେ ନିଜକୁ ହଜାଇ ଦେଇଥିଲେ । ସଭାମଞ୍ଚ ଉପରେ ହିଁ ତାଙ୍କ କଲମ ଆପେ ଆପେ ଚାଲିଥିଲା । ଆଉ ସୃଷ୍ଟି ହୋଇଥିଲା ଆଉ ଏକ କ୍ଷୁଦ୍ର ତଥା ଚମତ୍କାର କବିତା । କବିତାଟି ଥିଲା ଏପରି …