Odia News Portal

ରାଜଧାନୀରେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର() ରାଜଧାନୀରେ ଏବେ ଜଣେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା । ନେତ୍ରୀ ଜଣଙ୍କ ଗୋଟିଏ ଦଳର ପଦ ପଦବୀରେ ଅଛନ୍ତି । ହେଲେ ତାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକ ଧର୍ଷଣ ଅଭିଯୋଗରେ ଜେଲ୍‍ରେ ଥିବାବେଳେ ପତିଙ୍କ ସହିତ ତାଙ୍କର ୨୦ଲକ୍ଷ ଟଙ୍କା ମୁଚାଲିକାରେ ଛାଡପତ୍ର ହୋଇ ଯାଇଛି । ସେହିଭଳି ଆଉ ଜଣେ ଯୁବକଙ୍କ ନାଁରେ ୭ଲକ୍ଷ ଟଙ୍କା ଠକେଇ ନେଇ ବି ଏହି ନେତ୍ରୀ ଜଣଙ୍କ ମାମଲା ଠୁଙ୍କିଛନ୍ତି ।

ହେଉଥିବା ଆଲୋଚନା ଅନୁଯାୟୀ ନେତ୍ରୀ ଜଣଙ୍କ ଗୋଟିଏ ରାଜନୈତିକ ଦଳରେ କୌଣସି ପ୍ରକାରେ ପ୍ରବେଶ କରିବାପରେ ତାଙ୍କର କାଟ୍‍ତି ବଢିବାରେ ଲାଗିଛି । ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ସେ ପ୍ରଭାବ ବିସ୍ତାର କରିଛନ୍ତି । ଅନେକ ନେତାଙ୍କ ଛତ୍ରଛାୟା ତଳେ ଥିବାରୁ ସେ ଜଣଙ୍କ ପରେ ଜଣଙ୍କ ନାଁରେ ମାମଲା ଠୁଙ୍କୁଥିବା କୁହାଯାଉଛି । ଏହି ଆଲୋଚନା ଅନୁଯାୟୀ ନେତ୍ରୀ ଜଣଙ୍କ ଜଣେ ଯୁବକଙ୍କ ସହିତ ଦିଲ୍ଲୀରେ ଲିଭ୍‍ ଇନ୍‍ ରିରେଲସନସିପ୍‍ରେ ରହିଥିଲେ । କୌଣସି କାରଣରୁ ମନାନ୍ତର ହେବାରୁ ସେଠାରେ ମାମଲା କରିଥିଲେ । ହେଲେ ଅଦାଲତ ଦୁଇ ଜଣଙ୍କୁ ମାମଲାର ସମ୍ମୁଖୀନ ହେବାକୁ କହିବାପରେ ସେ ଭୁବନେଶ୍ୱର ଆସି ମାମଲା ଠୁଙ୍କିଛନ୍ତି । ଏଠାରେ ହୋଇଥିବା ମାମଲା ଅନୁଯାୟୀ ଯୁବକ ଜଣଙ୍କ ଏବେ ଜେଲ୍‍ରେ । ଅଭିଯୋଗ ହୋଇଛି ସେ ଏହି ନେତ୍ରୀଙ୍କ ଠାରୁ କୁଆଡେ ଯୁବକ ଜଣଙ୍କ ଟଙ୍କା ନେଇ ଯାଇଛନ୍ତି । ଏହାକୁ ନେଇ ଏବେ ମାମଲା ଅଦାଲତରେ ପହଞ୍ଚିଛି ।

ସେହିଭଳି ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ନେତ୍ରୀ ଜଣଙ୍କ ଆଉ ଜଣେ ଯୁବକଙ୍କ ନାଁରେ ୭ଲକ୍ଷ ଟଙ୍କା ଠକେଇର ଏକ ଅଭିଯୋଗ ଦରଜ କରିଛନ୍ତି । ଅଭିଯୋଗର ସମ୍ମୁଖୀନ ହୋଇଥିବା ଯୁବକ ଜଣଙ୍କ କିଭଳି ଟଙ୍କା ଦେଇ ମାମଲାରୁ ଖସିବେ ସେହି ଚିନ୍ତା କରୁଛନ୍ତି । କାରଣ ରାଜନୈତିକ ପ୍ରଭାବରେ ସେ ଘାଣ୍ଟି ହେବା ଅପେକ୍ଷା ମାମଲାକୁ ରଫା ଦଫା କରିବାପାଇଁ ବେଶି ଆଗ୍ରହୀ ଥିବା ଜଣାଯାଇଛି । ଦୁଇ ଦୁଇ ଜଣ ଯୁବକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବାପରେ ଏବେ ନେତ୍ରୀଙ୍କୁ ଏବେ ଅନେକ ଯୁବ ନେତା ଦେଖିରେ ଭୟ କରୁଥିବା କୁହାଯାଉଛି । ତେବେ ଏହି ମହିଳାଙ୍କ ନିକଟକୁ ଏତେ ଟଙ୍କା କୁଆଡୁ ଆସୁଛି ତାହାକୁ ନେଇ ଏବେ ଚର୍ଚ୍ଚା ।

ତେବେ ସବୁଠାରୁ ଅଧିକ ଆଲୋଚନାର ବିଷୟ ହେଉଛି ଯେ ନିଜ ପୁରୁଷ ବନ୍ଧୁଙ୍କୁ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଗୁଲଜ ଜରୁଥିବା ଜଣେ ମହିଳାଙ୍କ କଣ୍ଠସ୍ୱର ଶୁଣିବାପରେ ଅନେକ ଏହାକୁ ସମ୍ପୃକ୍ତ ନାରୀ ନେତ୍ରୀ ଜଣଙ୍କର ସ୍ୱର ବୋଲି ସନ୍ଦେହ କରୁଛନ୍ତି । ଏହାକୁ ଏବେ ଅଦାଲତରେ ଦାଖଲ ପାଇଁ ଉଦ୍ୟମ ଚାଲିଥିବାର ଆଲୋଚନା ହେଉଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ମହିଳା ଜଣଙ୍କ ଏବେ ରାଜନୈତିକ ଖୋଳପା ଭିତରେ ରହି ଦୁଇ ତିନି ଜଣଙ୍କୁ ଆଇନ୍‍ ଅଦାଲତରେ ଘାଣ୍ଟୁଥିବାବେଳେ ଏ ସଂକ୍ରାନ୍ତରେ ସେ ଥିବା ରାଜନୈତିକ ଦଳର ନେତାମାନେ କୌଣସି ଟେର ପାଉ ନାହାନ୍ତି । ଏହାରି ସୁଯୋଗରେ ନେତ୍ରୀ ଜଣଙ୍କ ଏକାଧିକ ପ୍ରଭାବଶାଳୀ ନେତାଙ୍କ ସହିତ ଯୋଡିହୋଇ ଫଟୋ ଉଠାଇବାରେ ଲାଗିଛନ୍ତି । ତେଣୁ ତୁରନ୍ତ ଏହାର ପର୍ଦ୍ଦାଫାସ ନହେଲେ ଆଗାମୀ ଦିନରେ ଅନେକ ନେତା ଫସିଯିବେ ବୋଲି ରାଜଧାନୀରେ ଚର୍ଚ୍ଚା ଚାଲିଛି ।