Odia News Portal

ବାଜିରେ ଲାଗିଛି ସାଂସଦ ଓ ମନ୍ତ୍ରୀଙ୍କ ପତିଆରା

ଭୁବନେଶ୍ୱର() ରାଜ୍ୟରେ ଅନୁଷ୍ଠିତ ହେଉଥିବା ଦୁଇଟି ଉପନିର୍ବାଚନରେ ଏବେ ପ୍ରାର୍ଥୀ ଓ ଦଳ ସହିତ ସାଂସଦ ଓ ମବୀଙ୍କ ପତିଆରା ମଧ୍ୟ ବାଜିରେ ଲାଗିଛି । ଉପନିର୍ବାଚନ ହେଉଥିବା ଦୁଇ ଜିଲ୍ଲାରୁ ଜଣେ କରି ମବୀ ଥିବାବେଳେ ଦୁଇ ଦଳ ହରାଇଥିବା ଆସନରେ ମଧ୍ୟ ଉଭୟ ଦଳର ସାଂସଦମାନେ ଅଛନ୍ତି । ତେଣୁ ନିର୍ବାଚନର ଫଳାଫଳ ଏମାନଙ୍କ ପତିଆରାର ପରିଚୟ ଦେବ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।

ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ମତଦାନ ହେବ । ବାଲେଶ୍ୱର ସଦର ଆସନରେ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ହେଉଛି । ଏବେ ବାଲେଶ୍ୱରର ସାଂସଦ ଅଛନ୍ତି କେନ୍ଦ୍ରମବୀ ପ୍ରତାପ ଷଡଙ୍ଗୀ । ସେ ହେଉଛନ୍ତି ବିଜେପି ସାଂସଦ । ତେଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଥିବା ଏହି ଆସନଟି କିଭଳି ବିଜେପି ହାତରେ କିଭଳି ରହିବ ସେଥିନେଇ ସେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏହା ତାଙ୍କର ପତିଆରା ଉପରେ ନିର୍ଭର କରେ । କାରଣ ଯଦି ଏହା ବିଜେପି ହାତରୁ ଖସିଯିବ ତେବେ ମବୀଙ୍କ କାଟ୍‍ତି ଉପରେ ପ୍ରଶ୍ନଚିହ୍ନ
ଲାଗିବା ସହିତ ତାଙ୍କ ବିରୋଧିମାନେ ସକ୍ରିୟ ହୋଇ ଉଠିବେ ।

ସେହିଭଳି ଏଠାରୁ ବିଜେଡି ପ୍ରାର୍ଥୀଙ୍କୁ ଜିଣାଇବାପାଇଁ ଶାସକଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି । ଯଦିଓ ଏହାର ନେତୃତ୍ୱ ରାଜ୍ୟର ମବୀ ଓ ବିଧାୟକମାନେ ନେଉଛନ୍ତି ତେବେ ଜିଲ୍ଲାର ଏକମାତ୍ର ମବୀ ଥିବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପାଇଁ ଏହା ସ୧ାନର ପ୍ରଶ୍ନ ହୋଇଛି । ପ୍ରାର୍ଥୀଙ୍କ ଫଳାଫଳ ଉପରେ ତାଙ୍କର କାଟ୍‍ତି ନିର୍ଭର କରୁଥିବା ଲକ୍ଷ୍ୟ କରାଯାଉଛି । ସେଥିପାଇଁ ମବୀ ଏବେ ପ୍ରଚାରକାର୍ଯ୍ୟରେ ଦିନ ରାତି ଏକ କରି ଦେଇଛନ୍ତି ।

ଜଗତ୍‍ସିଂହପୁର ଜିଲ୍ଲାର ତିର୍ତ୍ତୋଲ ସଂରକ୍ଷିତ ବିଧାନସଭା ଆସନରେ ବିଜେଡି ବିଧାୟକ ବି୩⁄୪ୁ ଦାସଙ୍କ ଅକାଳ ବିୟୋଗ ଯୋଗୁଁ ଉପନିର୍ବାଚନ ହେଉଛି । ଏହି ବିଧାନସଭା କ୍ଷେତ୍ରଟି ଜଗତ୍‍ସିଂହପୁର ସଂସଦଦୀୟ ନିର୍ବାଚନମଣ୍ଡଳୀରେ ଆସୁଥିବାବେଳେ ଏଠାରେ ବିଜେଡି ସାଂସଦ ଅଛନ୍ତି ରାଜଶ୍ରୀ ମଲ୍ଲିକ । ଶ୍ରୀମତୀ ମଲ୍ଲିକ ଏହା ପୂର୍ବରୁ ତିର୍ତ୍ତୋଲ ବିଧାୟିକା ଥିଲେ । ତେଣୁ ଦଳର ଭୋଟ ଫଳାଫଳ ତାଙ୍କର ପାରିବା ପଣିଆକୁ ପ୍ରଦର୍ଶନ କରିବ । ସେହିଭଳି ଜିଲ୍ଲାରୁ ଏକମାତ୍ର ମବୀ ଅଛନ୍ତି ରଘୁ ନନ୍ଦନ ଦାସ । ଯଦିଓ ଶ୍ରୀ ଦାସ ବାଲିକୁଦା-ଏରସମା ବିଧାୟକ ଅଛନ୍ତି ତଥାପି ଜିଲ୍ଲାରେ ହେଉଥିବା ନିର୍ବାଚନ ପାଇଁ ସେ ମଧ୍ୟ ସମସ୍ତ ଶକ୍ତି ଖଟାଇଛନ୍ତି ।

ଉଭୟ ବିଧାନସଭା ଆସନରେ ସ୍ୱର୍ଗତ ବିଧାୟକଙ୍କ ପୁତ୍ରମାନେ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ସେମାନଙ୍କ ସପକ୍ଷରେ ଅନୁକମ୍ପା ଭୋଟ ଯିବାର ସମ୍ଭାବନା ରହିଛି । ସଂଯୋଗ ବଶତଃ ଦୁଇ ବିଧାନସଭା କ୍ଷେତ୍ରର ସାଂସଦମାନେ ବି ଦୁଇ ଦଳର । ତେଣୁ ସେମାନେ କିଭଳି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିଣାଇବେ ଓ ଦଳୀୟ ଆସନ ବଜାୟ ରଖିବେ ସେଥିପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିବା ଲକ୍ଷ୍ୟ କରାଯାଉଛି । ତେବେ ଏଠାରେ ପ୍ରାର୍ଥୀଙ୍କହାର ଜିତ୍‍ ସମେତ ଭୋଟ ହାର ଆଗାମୀ ଦିନରେ ସାଂସଦମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।