Odia News Portal

୧ଟା ସୁଦ୍ଧା ୪୨% ଭୋଟିଂ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି ।ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।ମତଦାନ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୩୭ ହଜାର ୫୯୯ ଜଣ ଭୋଟର ।ମତଦାନ ପାଇଁ ବୁଥ୍ ଗୁଡିକରେ ଭୋଟରଙ୍କ ଲଂବା ଲାଇନ୍ ଦେଖିବାକୁ ମିଳିଛି ।

ସେପଟେ ମତଦାନ କେନ୍ଦ୍ରକୁ ଆସି ନିଜର ମତସାବ୍ୟସ୍ତ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ବିଜୟ ମହାପାତ୍ର । ଏହାସହିତ ହିଁ କର୍ମୀଙ୍କ ସହ ବିଭିନ୍ନ ବୁଥକୁ ଯାଇ କିଭଳି ଭୋଟ ଗ୍ରହଣ ଚାଲିଛି ସେ ନେଇ ବୁଲି ଦେଖୁଛନ୍ତି । ସେହିପରି ମତଦାନ କରିଛନ୍ତି ବିଜେଡିର ହେଭିୱେଟ୍ ନେତା ଅତନୁ ସବ୍ୟସାଚୀ ନାୟକ । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତିି ।