Odia News Portal

ମହାମାରୀ ସମୟରେ ବିଜେପି ରାଜନୀତି ବନ୍ଦ କରୁ

ଭୁବନେଶ୍ୱର() କରୋନା ଟେଷ୍ଟ ବାବଦରେ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ଦୋମୁହାଁ ନୀତି ପ୍ରକାଶ କରୁଛି । ବିଜେପି ଶାସିତ ରାଜ୍ୟମାନଙ୍କରେ ପାଖାପାକି ୧ କୋଟି ପ୍ରବାସୀ ଶ୍ରମିକ ଫେରିଛନ୍ତି । କେତେ ଜଣଙ୍କର ଟେଷ୍ଟ କରିଛନ୍ତି ବିଜେପି ଶାସିତ ରାଜ୍ୟ ସରକାର ? ଚିକିତ୍ସା ବିଜ୍ଞାନ ଆଧାରିତ ଓ ଆଇସିଏମଆର ଗାଇଡ୍‌ଲାଇନ୍‌ ଅନୁସାରେ ଲକ୍ଷଣ ଥିବା ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଏ । ସମସ୍ତଙ୍କର ଟେଷ୍ଟ କରାଯାଏ ନାହିଁ । କେନ୍ଦ୍ରୀୟ ସଂସ୍ଥା ଆଇସିଏମଆରକୁ କ’ଣ ବିଜେପି ବିଶ୍ୱାସ କରୁନି କି? ଓଡ଼ିଶାରେ ଆଇସିଏମଆର ଗାଇଡଲାଇନ୍‌ ଅନୁସାରେ ଟେଷ୍ଟ ହେଉଛି । କୋରନା ସ୍ଥିତି ରାଜ୍ୟରେ ନିୟନ୍ତ୍ରଣରେ ଅଛି । ମହାମାରୀ ସମୟରେ ବିଜେପି ରାଜନୀତି ବନ୍ଦ କରୁ ।