Odia News Portal

କିଶୋରଙ୍କ ପାର୍ଥିତ୍ୱ ପାଇଁ ନବୀନଙ୍କ ନିକଟରେ ଦାବି କଲେ ସମର୍ଥକ

ଭୁବନେଶ୍ୱର () କେନ୍ଦ୍ରାପଡାର ବିଧାୟକ କିଶୋର ତରାଇଙ୍କ ସମର୍ଥନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନିଜ ପ୍ରିୟ ନେତା କିଶୋରଙ୍କୁ ପୁଣି ଥରେ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେବାପାଇଁ ଲୋକେ ନିଜର ଦାବି ରଖିଛନ୍ତି ।

ଗତ ୫ ବର୍ଷଧରି କେନ୍ଦ୍ରାପଡାରେ ହୋଇଥିବା ଲୋକପ୍ରିୟ କାମ ଓ ନେତାଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଭରଷା ରଖି ମୁଖ୍ୟମନ୍ତ୍ରୀ ଆଉ ଥରେ କିଶୋରଙ୍କୁ ସୁଯୋଗ ଦେବାକୁ ଲୋକେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି ରଖିଥିଲେ । ହଜାର ହଜାର ସମର୍ଥକଙ୍କ ସହ ଜିଲ୍ଲା ପରିଷଦ ଚେୟାରମ୍ୟାନ, ବ୍ଲକ ଚେୟାରମ୍ୟାନ, ଜିଲ୍ଳା ପରିଷଦ ସଦସ୍ୟ, ସମିତି ସଭ୍ୟ, ସରପଞ୍ଚ ଆଦି ଉପସ୍ଥିତ ଥିଲେ । ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡାର ସମସ୍ତ ଲୋକପ୍ରତିନିଧିଙ୍କୁ କିଶୋରଙ୍କ ପାଇଁ ଲବି କରୁଥିବା ଦେଖିବାକୁ ମିଳିଥିଲା । କେବଳ ମୁଖ୍ୟମନ୍ତ୍ରୀ ନୁହେଁ , କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ନେତୃତ୍ୱଙ୍କୁ ଲୋକେ ଭେଟିବା ସହ ତାଙ୍କ ପ୍ରିୟ ନେତା କିଶୋରଙ୍କୁ ଆଉଥରେ ବାଛିବା ପାଇଁ ପ୍ରସ୍ତାବ ଦେଇଥିଲେ ।

ସୂଚନାଯୋଗ୍ୟ ସାଂଗଠନିକ ଦକ୍ଷତା ତଥା ମେଳାପୀ ମନୋଭାବ ପାଇଁ କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ନୁହେଁ ପୁରା ଜିଲ୍ଲାରେ ଘରେ ଘରେ ପରିଚିତ ହୋଇଛନ୍ତି କିଶୋର । ପିଲାଠାରୁ ବୁଢା ଯାଏଁ ସଭିଙ୍କ ପସନ୍ଦ କିଶୋର । ଏଣୁ ଏହି ଆସନ ପାଇଁ କିଶୋରଙ୍କ ବ୍ୟତୀତ ଆଉ କାହାକୁ ପ୍ରତିନିଧିତ୍ଵ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ସ୍ଥାନୀୟ ଲୋକେ । କିଶୋରଙ୍କ ପୂର୍ବରୁ ଯେଉଁ ମହିଳା କେନ୍ଦ୍ରାପଡା ରେ ବିଧାୟକ ଥିଲେ , ସେ ନିର୍ବାଚନମଣ୍ଡଳୀ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଯଦି କେନ୍ଦ୍ରାପଡା ବିଧାନସଭା ଆସନ ମହିଳାଙ୍କୁ ଦେବାର କଥା ଆସେ ତେବେ କିଶୋର ତରାଇଙ୍କ ପତ୍ନୀ ବିଧାୟିକା ହେବେ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ଥରେ ନୁହେଁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଙ୍କ ବିଶାଳ ଜନସମାବେଶ କରି କିଶୋର ନିଜ ଲୋକପ୍ରିୟତା ସାବ୍ୟସ୍ତ କରିପାରିଛନ୍ତି । ପ୍ରତି ସଭାରେ ସାରା ଜିଲ୍ଲା ରୁ ୨ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହିଁ କିଶୋର ଙ୍କ ନେତୃତ୍ୱ ସାବ୍ୟସ୍ତ କରିସାରିଥିଲା । ଜନସମାଗମ ଦେଖି ନିଜେ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିବା ସହ କିଶୋରଙ୍କୁ ନିଜ ଗୁଡ଼ବୁକ ରେ ରଖିଥିବା ଖୋଦ ତୃତୀୟ ମହଲାରେ ଚର୍ଚ୍ଚା ଜୋର ଧରିଥିଲା । ବାରୁଅ ଠାରେ ହୋଇଥିବା ସଭା ହିଁ କିଶୋରଙ୍କ ସାଂଗଠନିକ ଦକ୍ଷତା ର ଜ୍ୱଳନ୍ତ ଉଦାହରଣ ।

ଏଣୁ ଆଗାମୀ ୫ ବର୍ଷ ଲୋକଙ୍କ ସେବା କରିବା ପାଇଁ କିଶୋରଙ୍କୁ ସୁଯୋଗ ଦେବା ନେଇ ଖୋଦ ମୁଖ୍ୟମନ୍ତ୍ରୀ ଇଛା ପ୍ରକଟ କରିଥିଲେ । ଯାହାକୁ ନେଇ କେନ୍ଦ୍ରାପଡାର କିଛି କୁଚକ୍ରି ଗୋଷ୍ଠି ଯୋଜନା କରିଥିଲେ ମଧ୍ୟ ଖୁବଶିଘ୍ର ଦଳ ସୁପ୍ରିମୋ ନବୀନ ସେମାନଙ୍କୁ ଉଚିଟ ଜବାବ ଦେବେ ବୋଲି କିଶୋରଙ୍କ ସମର୍ଥକ କହିଛନ୍ତି ।