Odia News Portal

ଗୀତ ଗାଇଲେ ତାରା

ଭୁବନେଶ୍ୱର() କିଛି ଦିନ ପୂର୍ବରୁ ଟାଇଟାନିକ ପୋଜ ଦେଇ ଚର୍ଚ୍ଚାରେ ଆସିଥିଲେ ବିଧାୟକ ତାରା ବହନୀପତି । ଫିଲ୍ମ ଷ୍ଟାଇଲ ତାରା ଏବଂ ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ସହ ଟାଇଟାନିକ ପୋଜ ଦେଇ ଫଟୋ ଉଠାଇଥିଲେ । ଯାହା କି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ପୁଣି ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ତାରା ।

ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ବ୍ୟଙ୍ଗାତ୍ମକ ଗୀତରେ ସେ କଣ୍ଠଦାନ କରିଛନ୍ତି। ଭୁବନେଶ୍ୱରରେ ଏହି ଗୀତର ରେକର୍ଡିଂ କରାଯାଇଛି। ‘କେ ଓ୍ୱାନ୍ ଲାଇଭ୍’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଗୀତକୁ ତାରାଙ୍କ ସାଥିରେ ଗାୟିକା ମୋନାଲି ଗାଇଛନ୍ତି। ଖୁବ୍ଶୀଘ୍ର ଏହି ଗୀତ ଆଲବମ୍ ଆକାରରେ ବଜାରରେ ଉପଲବ୍ଧ ହେବ ବୋଲି ପ୍ରଯୋଜକଙ୍କ ତରଫରୁ କୁହାଯାଇଛି।

ଏନେଇ ତାରାପ୍ରସାଦ ବାହିନୀପତି କହିଛନ୍ତି, “ରାଜନୀତି ଗୋଟେ କଳା। ଆଉ ଗୀତ ଗାଇବା ଓ ନାଚିବା ବି ଗୋଟିଏ କଳା। ଯାହାଦେହରେ କଳା ଅଛି ସେ ନିଶ୍ଚିତ ଭାବରେ ଯେକୌଣସି ପରିସ୍ଥିତିରେ ମୁକାବିଲା କରିପାରିବ।”

ସେହିପରି ଗାୟିକା ସୋନାଲି କହିଛନ୍ତି, “ଏହି ଗୀତ ଗାଇବାକୁ ବେଶୀ ଉତ୍ସାହିତ ଥିଲି। ଭାଲୁ ଅଙ୍କଲ୍ଙ୍କ ସହ ଗାଇ ବହୁତ ଭଲ ଲାଗିଲା। ମଜା କରି ଆମେ ଗୀତ ଗାଇଛୁ।”