Odia News Portal

କୁମ୍ବଲେ ପୁଣି ଆଇସିସି କି୍ରକେଟ ସମିତିର ଅଧ୍ୟକ୍ଷ

ଟିମ ଇଣ୍ଡିଅ ।ର ପୂର୍ବତନ ପ୍ରସିଦ୍ଧ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛି । ସେ ୩ ବର୍ଷ ଯାଏଁ ଏହି ପଦରେ ରହିବେ । କୁମ୍ବଲେ ଏହା ପୂର୍ବରୁ ଅ ।ଇସିସି କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ରହିଛନ୍ତି । ଅ ।ଇସିସି କୁମ୍ବଲେଙ୍କୁ ୨୦୧୨ରେ କ୍ରିକେଟ ସମିତିର ସଦସ୍ୟ ହୋଇଥିଲେ । ଏହା ପରେ ସେ ୨୦୧୩ରେ ସମିତିର ଅଧ୍ୟକ୍ଷ ଥିଲେ ।

ବର୍ଷ ୨୦୦୮ରେ କ୍ରିକେଟରୁ ଅବସର ନେଇ କୁମ୍ବଲେ ଅନେକ ପ୍ରଶାସନିକ ପଦରେ ରହିଛନ୍ତି ଅ ।ଇସିସି କ୍ରିକେଟ ସମିତିର ସଦସ୍ୟ ଏବଂ ଅଧ୍ୟକ୍ଷ ହେବା ପରେ ବର୍ଷ ୨୦୧୬ରେ ଭାରତୀୟ କ୍ରିକେଟ ଟିମର କୋଚ ହୋଇଥିଲେ ଅନିଲ କୁମ୍ବଲେ । ୨୦୧୬ ଜୁନରେ ରବି ଶାସ୍ତ୍ରୀ ଓ ଟମ ମୁଡି ଭଳି ୫୭ ଜଣଙ୍କୁ ପଛରେ ପକାଇ ଭାରତୀୟ କ୍ରିକେଟ ଟିମର କୋଚ ଥିଲେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ନେଇ ଗଠିତ ବିସିସିଅ ।ଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର କ୍ରିକେଟ ପରାମର୍ଶ ସମିତି ଅନିଲ କୁମ୍ବଲେଙ୍କୁ ଚୟନ କରିଥିଲା ।

ଅ ।ଇସିସି ଶନିବାର ଦୁବାଇରେ ୬ ଦିବସୀୟ ବୈଠକ ଶେଷ କରିଛି ଏଥିରେ କୁମ୍ବଲେଙ୍କୁ କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ନିଯୁକ୍ତି କରିବା ନିଷ୍ପତ୍ତି ନେଇଛ ।ଏହା ବ୍ୟତୀତ ସଂଯୁକ୍ତ ଅ ।ରବ ଇମିରାତକୁ ଅ ।ଇସିସି ପୁରୁଷ ଟି-୨୦ ବିଶ୍ୱକପ ଏବଂ ସ୍କଟଲାଣ୍ଡକୁ ଆଇସିସି ମହିଳା ଟି-୨୦ ବିଶ୍ୱକପର କ୍ୱାଲିଫାୟର ଇଭେଣ୍ଟପାଇଁ ଚୟନ କରାଯାଇଛି । ସ୍କଟଲାଣ୍ଡ ୨୦୧୯ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୮ ଯାଏଁ ମହିଳାଙ୍କ ଅ ।ୟୋଜନ କରିବ ।୨୦୧୯ ଅକ୍ଟୋବର ୩୧ରୁ ନଭେମ୍ବର ୩ ଯାଏଁ ପୁରୁଷଙ୍କ ଦୁବାଇରେ ଅ ।ୟୋଜନ ହେବ ।