Odia News Portal

ଉଦଘାଟିତ ହେଲା କର୍ପୋରେଟ ଗଲ୍ଫ କପ୍- ୨୦୧୯

ଭୁବନେଶ୍ବର: ଭୁବନେଶ୍ୱରରେ ଉଦଘାଟିତ ହୋଇଛି କର୍ପୋରେଟ ଗଲ୍ଫ କପ୍- ୨୦୧୯। କ୍ରୀଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହାକୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟରେ ୨୫ଟି କମ୍ପାନୀର ୬୦ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ଉନ୍ନୟନ କମିସନର ଅସିତ ତ୍ରୀପାଠୀ ଓ ଅନ୍ୟ ଗଲ୍ଫ ଖେଳାଳିମାନେ ଉପସ୍ଥିତ ଥିଲେ । ବିଶ୍ୱ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ୍ୟ ଗଲ୍ଫ କ୍ଲବରେ ଦେଖିବାକୁ ମିଳିଥିଲା। ଏହି ଟୁର୍ଣ୍ଣାମେଣ୍ଟ ୧୪ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି।