Odia News Portal

ଆସିଲା ନୂଆ ଓଡ଼ିଶା ଏଫ୍‌ସିର ଲୋଗୋ

ଭୁବନେଶ୍ୱର : ଇଣ୍ଡିଆନ୍‌ ସୁପରଲିଗ୍‌ର ନୂଆ ଦଳ ଓଡ଼ିଶା ଏଫ୍‌ସି ଆଜି ତାର ଲୋଗୋ ଉନ୍ମୋଚନ କରିଛି । ଲୋଗୋରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଖଚିତ ଚକ ସ୍ଥାନ ପାଇଛି ।

ରାଜ୍ୟ ସରକାର ଏବଂ ଦିଲ୍ଲୀ ସକ୍କର ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏମ୍‌ଓୟୁ ପରେ ଓଡ଼ିଶା ଏଫ୍‌ସି ଜନ୍ମ ନେଇଛି । ଓଡ଼ିଶାରେ ଫୁଟ୍‌ବଲ୍‌ ପ୍ରତି ଥିବା ଆକର୍ଷଣ ଏବଂ କ୍ରୀଡ଼ା ପ୍ରତି ରାଜ୍ୟ ସରକାରଙ୍କ ଅନୁରାଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ସକ୍କର ଲିମିଟେଡ୍‌ ଏଠାରେ ଦଳ ଗଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲା ।

ଏହି ଲୋଗୋ ଜରିଆରେ ଓଡ଼ିଶା ଲୋକଙ୍କ ସହ ଯୋଡ଼ି ହେବା ଆମର ଲକ୍ଷ୍ୟ ବୋଲି କ୍ଲବ୍‌ର ନିର୍ଦ୍ଦେଶକ ରୋହନ ଶର୍ମା କହିଛନ୍ତି । ଆଜି ଲୋଗୋ ଉନ୍ମୋଚନ ସହ କ୍ଲବ୍‌ର ଏକ ଟ୍ୟାଗ ଲାଇନ୍‌ ମଧ୍ୟ ରଖା ଯାଇଛି । ତାହା ହେଉଛି ‘ଆମ ଟିମ୍‌ ଆମ ଗେମ୍‌’ ।