Odia News Portal

ଅଲିମ୍ପିକ କୋଟା ହାସଲରୁ ବାଦ ପଡ଼ିଲେ ଦୂତୀ ଚାନ୍ଦ

ଦୋହା : ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସମସ୍ତଙ୍କୁ ନିରାଶ କରିଛନ୍ତି ଓଡ଼ିଶା ତଥା ଭାରତର ଷ୍ଟାର ଧାବିକା ଦୂତୀ ଚାନ୍ଦ। କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍‌ ଇଭେଣ୍ଟରେ ଦୂତୀ ଭାଗ ନେଇଥିଲେ। ହେଲେ ସେ ୭ମ ସ୍ଥାନରେ ରହି ସେମି ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

ଏଥିସହ ୨୦୨୦ ଟୋକିଓ ଅଲିମ୍ପିକକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ଦୂତୀ ଫେଲ ମାରିଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ୧୦୦ ମିଟ୍‌ର ଦୌଡ଼ର ତୃତୀୟ ହିଟ୍ସରେ ଦୂତୀ ଭାଗ ନେଇଥିଲେ। ତାଙ୍କ ଠାରୁ ଭାରତ ବେଶ ଆଶା ରଖିଥିଲା। କାରଣ ଭାରତର ଅନ୍ୟତମ ଷ୍ଟାର ଧାବିକା ହୀମା ଦାସ ବିଶ୍ୱ ଦୌଡ଼କୁଦରେ ଭାଗ ନେଇ ନାହାନ୍ତି। ତେଣୁ ଦୂତୀଙ୍କ ଉପରେ ସାରା ଭାରତର ନଜର ରହିଥିଲା।

ହେଲେ ସେ ୧୦୦ ମିଟିର ରନିଂକୁ ୧୧.୪୮ ସେକେଣ୍ଡରେ ଶେଷ କରି ଦୂତୀ ୭ମ ସ୍ଥାନରେ ରହିଥିଲେ। ଏଥିପାଇଁ ସେ ସେମିଫାଇନାଲରେ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଦୂତୀଙ୍କ ୧୦୦ ମିଟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୧୧.୨୬ ସେକେଣ୍ଡ। ହେଲେ ଆଜି ଦୂତୀ ସେତିକି ସମୟକୁ ମଧ୍ୟ ଛୁଇଁ ପାରିନାହାନ୍ତି।