ଭୁବନେଶ୍ୱର: ପୁଲ୍ ‘ଡି’ରେ ସର୍ବାଧିକ ୯ ପଏଣ୍ଟ ହାସଲ କରି ହକି ବିଶ୍ୱ କପ୍ କ୍ୱାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କଲା ନେଦରଲାଣ୍ଡସ ଦଳ । ଆଜିର ଦ୍ୱିତୀୟ ମ୍ୟାଚ୍ରେ ନେଦରଲାଣ୍ଡସ ପୂର୍ବତନ ଚାମ୍ପିଅନ୍ ପାକସ୍ତାନକୁ ସହଜରେ ୫-୧ ଗୋଲ୍ରେ ପରାସ୍ତ କରିଛି ପାକିସ୍ତାନ ଏହି ମ୍ୟାଚ୍ ଜିତିଥିଲେ କିମ୍ବା ଡ୍ର ରଖିଥିଲେ କ୍ରସ୍ ଓଭର ରାଉଣ୍ଡରେ ପ୍ରବେଶ କରିଥାନ୍ତା ।
କିନ୍ତୁ ଗୋଲ୍ ବ୍ୟବଧାନ ଯଦି ୮ରୁ ଅଧିକ ହୋଇଥାନ୍ତା ତେବେ ପାକିସ୍ତାନକୁ ପଛରେ ପକାଇ ମାଲେସିଆ କ୍ରସଓଭରରେ ପହଞ୍ଚିଥାନ୍ତା । ପୁଲ୍ ପର୍ଯ୍ୟାୟରେ ପାକିସ୍ତାନ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ । ତେବେ ମାଲେସିଆଠାରୁ ଏହା କମ୍ ଗୋଲ୍ ଖାଇଥିବା ଯୋଗୁଁ କ୍ରସ୍ଓଭର ପାଇଁ ଯୋଗ୍ୟତା ଅର୍ଜନ କରିଛି । ଅନ୍ୟ ପକ୍ଷରେ ମାଲେସିଆ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ।