କଳାହାଣ୍ଡି: ଧର୍ମଗଡ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ସ୍ମାରକୀ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିନୀ ହୋଇ ଯାଇଛି । ଉଦଯାପିନୀ କ୍ରିଡା ଭବାନୀପାଟଣା ବନାମ ଦଣ୍ଡାମୁଣ୍ଡା ସହ ଥିବା ବେଳେ ୨୯ ରନରେ ଦଣ୍ଡାମୁଣ୍ଡା ଦଳ ବିଜୟ ଲାଭ କରିଥିଲେ । ଏଥିରେ
ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ ବିବେକ ରଞ୍ଜନ ମିଶ୍ର, ବିଜୁଜନତା ଦଳ ନଗର ସଭାପତି ଲିପୁ ମହାନ୍ତି , ଏନଏସି ଉପାଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଆୟୋଜନ କମିଟି ସଭାପତି ଆଶିଷ କୁମାର ମହାନ୍ତି, କୋଷାଧ୍ୟକ୍ଷ ବାବୁନା ବେହେରା, ଉପ କୋଷାଧ୍ୟକ୍ଷ ଅନୀଲ ସାହୁ, ସହ ସମ୍ପାଦକ ନରେଶ ଦାସ, ସମ୍ପାଦକ ପ୍ରଶାନ୍ତ ପୁରୋହିତ, ସୁରଜ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।