ସିଡ୍ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନୀରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସ୍ରେ ଚେତେଶ୍ୱର ପୂଜାରା ୧୯୩ ରନ୍ କରି ଆଉଟ୍ ହୋଇଯାଇଛନ୍ତି। ଗତକାଲି ୨୫୦ ବଲ୍ରୁ ୧୩୦ ରନ୍ କରି ଅପରାଜିତ ଥିବା ପୂଜାରା ଆଜି ୧୯୩ ରନ୍ (୩୭୩ ବଲ୍, ୨୨ ଚୌକା) କରି ଆଉଟ୍ ହୋଇଯାଇଛନ୍ତି। ତାଙ୍କର ଏହି ଦମ୍ଦାର ଇନିଂସ୍ ବଳରେ ଭାରତ ଏକ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ଚା’ ପାନ ବିରତି ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୪୯୧ ରନ୍ ସଂଗ୍ରହ କରି ନେଇଛି। ଋଷଭ ପନ୍ଥ ଓ ରବୀନ୍ଦ୍ର ଜାଡେଜା କ୍ରିଜ୍ରେ ଅଛନ୍ତି।