ଭାରତ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେଲେ ସିରିଜ ବିଜୟ ହାତଛଡା କରିବ । ଦଳର କଙ୍ଗାରୁ ବିପକ୍ଷରେ ପ୍ରଥମ ଥର ପାଇଁ ତାହାର ମାଟିରେ କୌଣସୀ ଦ୍ୱିପାକ୍ଷିକ ସିରିଜ ଜିତିବାର ଆଶା ମଉଳିଯିବ । ଭାରତ ଅଷ୍ଟ୍ରେଲିଆରେ ୧୨ଟି ଦିନିକିଆ ସିରିଜ ଖେଳିଛି । ସେହି ମଧ୍ୟରୁ ୧୧ଟି ବହୁରାଷ୍ଠ୍ରୀୟ ସିରିଜ ରହିଛି ।
ଦୁଇ ଦେଶ ମଧ୍ୟରେ ଏକମାତ୍ର ଦିନିକିଆ ସିରିଜ ୨୦୧୬ରେ ଖେଳାଯାଇଥିଲା । ୫ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୪-୧ରେ ପରାଜିତ ହୋଇଥିଲା । ଭାରତ ସେଠାରେ ମୋଟ ୪୯ଟି ମ୍ୟାଚ ଖେଳି ଥିବା ବେଳେ ମାତ୍ର ୧୧ଟି ମ୍ୟାଚରେ ବିଜୟୀ ହୋଇଛି । ବାକି ୩୬ଟି ମ୍ୟାଚରେ ପରାଜିତ ହୋଇଛି ।
କଣ ରହିଛି ଆଡିଲେଡର ରେକର୍ଡ
ଆସନ୍ତା କାଲିର କର ବା ମର ମ୍ୟାଚ ଆଡିଲେଡରେ ଖେଳାଯିବ । ଏଠାରେ ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିରୋଧରେ ଖରାପ ରହିଛି । ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ମୋଟ ୫ଟି ମ୍ୟାଚରୁ ଦଳ ମାତ୍ର ଗୋଟିଏ ଜିତି ପାରିଛି । ଅନ୍ୟ ଚାରୋଟି ମ୍ୟାଚ କଙ୍ଗାରୁ ହାତେଇ ନେଇଛି ।
ଆଡିଲେଡରେ ଖେଳା ଯାଇଥିବା ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ
ତାରିଖ ଫଳାଫଳ
୨୬ ଜାନୁଆରୀ, ୧୯୮୬ ଭାରତ ୩୬ ରନରେ ପରାସ୍ତ
୧୫ ଡିସେମ୍ବର ୧୯୯୧ ଅଷ୍ଟ୍ରେଲିଆ ୬ ୱିକେଟରେ ବିଜୟୀ
୨୬ ଜାନୁଆରୀ ୨୦୦୦ ଅଷ୍ଟ୍ରେଲିଆ ୧୫୨ ରନରେ ବିଜୟୀ
୧୭ ଫେବ୍ରୁଆରୀ ୨୦୦୮ ଅଷ୍ଟ୍ରେଲିଆ ୫୦ ରନରେ ବିଜୟୀ
୧୨ ଫେବ୍ରୁଆରୀ ୨୦୧୨ ଭାରତ ୪ ୱିକେଟରେ ବିଜୟୀ
