Odia News Portal

ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଦୂତୀ

ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜର ସ୍ୱର୍ଣ୍ଣିମ ସଫଳତା ଜାରି ରଖିଛନ୍ତି। ୨୦୦ ମିଟର ପରେ ଦୂତୀ ୧୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳାଙ୍କ ୧୦୦ ମିଟର ଫାଇନାଲକୁ ଦୂତୀ ୧୧.୪୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସିନ୍ଦ୍ରାନ୍ ୧୧.୭୨ ସେକେଣ୍ଡ ସମୟରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ଏବଂ କେରଳର ରଙ୍ଗା କେ. ୧୧.୭୫ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଚଳିତ ଚାମ୍ପିଅନଶିପରେ ଓଡ଼ିଶା ଆଉଜଣେ ମହିଳା ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ହେପ୍ଟାଥଲନରେ ରୌପ୍ୟ ପଦକ ଜିତିଛନ୍ତି। ପୂର୍ଣ୍ଣିମା ମୋଟ ୫୫୭୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି।