ଭୁବନେଶ୍ବର: ସିଧାସଳଖ କ୍ବାର୍ଟର ଫାଇନାଲ୍ ଟିକଟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆସନ୍ତାକାଲି କାନାଡାକୁ ଅଧିକରୁ ଅଧିକ ଗୋଲ ବ୍ୟବଧାନରେ ମାତ ଦେବାକୁ ସମସ୍ତ ତୟାରୀ କରିଛି ଆୟୋଜକ ଦଳ । ଦ୍ବିତୀୟ ମ୍ୟାଚରେ ବେଲଜିୟମକୁ ଅଟକାଇଥିବା ମନପ୍ରୀତ ସିଂହଙ୍କ ଦଳ ବିଜୟ ସହିତ ପୁଲ୍-ସିରେ ଟପ ସ୍ପଟ୍ ଅକ୍ତିଆର କରିବା ଲାଗି ପ୍ରସ୍ତୁତି ଶେଷ କରିଛି । ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ କାନାଡା ମଧ୍ୟରେ ହେବ ଟକ୍କର ।ବିଶ୍ବର 5 ନମ୍ବର ଦଳ ଭାରତ ବର୍ତ୍ତମାନ 4 ପଏଣ୍ଟ ସହିତ ପୁଲ୍-ସର ଟପରେ ରହିଛି । ତେବେ ଦଳ ଅଧିକରୁ ଅଧିକ ଗୋଲ ବ୍ୟବଧାନରେ କାନାଡାକୁ ହରାଇଲେ ଟପ୍ ସ୍ପଟ୍ ବଜାୟ ରଖିବାକୁ ସକ୍ଷମ ହେବ । କାରଣ ଅନ୍ୟପଟେ ବେଲଜିୟମ୍ ଅପେକ୍ଷାକୃତ ଦୁର୍ବଳ ଦକ୍ଷିଣ ଆଫ୍ରିକା ବିରୋଧରେ ପଡିଆକୁ ଓହ୍ଲାଇବ । ପୁଲ-ସିରେ ବେଲଜିୟମ ମଧ୍ୟ ୪ ପଏଣ୍ଟ ସହିତ ଦ୍ବିତୀୟରେ ରହିଛି । ତେଣୁ ଆସନ୍ତାକାଲି ମ୍ୟାଚରେ ଭାରତ-ବେଲଜିୟମଙ୍କ ମଧ୍ୟରୁ କେଉଁ ଦଳ ଗ୍ରୁପ ଟପ୍ପର ବନିବ, ତାହା ଅଧିକରୁ ଅଧିକ ଗୋଲ ଦାଖଲରୁ ସ୍ପଷ୍ଟ ହେବ ।