Odia News Portal

ଆଡିଲେଡରେ ରୋମାଞ୍ଚକର ମ୍ୟାଚରେ ୩୧ ରନରେ ଜିତିଲା ବିରାଟ ବାହିନୀ

ଆଡିଲେଡ : ଏଠାରେ ଅନୁଷ୍ଠିତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରି ପୂଜାରାଙ୍କ ଶତକ ବଲରେ ୨୫୦ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ହେଡଙ୍କ ଅର୍ଦ୍ଧଶତକ ବଳରେ ୨୩୫ରନ୍ କରି ସମସ୍ତ ଉଇକେଟ୍ ହରାଇଥିଲା । ଦ୍ୱିତୀୟ ଇନିଂସ ଭାରତ ପୂଜାରା ଓ ରାହାଣେଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ୩୦୭ରନ୍ କରିବା ସହ ଅଷ୍ଟ୍ରେଲିଆକୁ ୩୨୩ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ସନ ମାର୍ସଙ୍କ ଅର୍ଦ୍ଧଶତକ ଓ ନିମ୍ନକ୍ରମର ଉପଯୋଗୀ ପାରି ବଳରେ ଦଳ ୨୯୧ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏଥି ସହିତ ଭାରତ ମ୍ୟାଚକୁ ୩୧ରନରେ ବିଜୟ ହାସଲ କରିଥିଲା । ବୋଲିଂରେ ଭାରତ ପକ୍ଷରୁ ଅଶ୍ୱିନ, ସାମି, ବୁମରା ୩ଟି ଲେଖାଏଁ ଉଇକେଟ୍ ନେଇଥିବା ବେଳେ ଇଶାନ୍ତଙ୍କୁ ଗୋଟିଏ ଉଇକେଟ ମିଳିଥିଲା । ମ୍ୟାଚର ଉଭୟ ପାରିରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଚେତେଶ୍ୱର ପୁଜାରାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହିତ ୪ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଭାରତ ୧-୦ରେ ଆଗୁଆ ରହିଛି ।