Odia News Portal

କାନାଡା ବିପକ୍ଷରେ ଭାରତର ଗୋଲ୍ ବର୍ଷା, ୫-୧ ଗୋଲରେ ଜିତି କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ଶନିବାର ଭାରତୀୟ ଖେଳାଳିମାନେ ପ୍ରଶଂସନୀୟ ପଦ୍ରଦର୍ଶନ କରିଛନ୍ତି। ଭାରତ ଚଳିତ ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୨ତମ ମ୍ୟାଚରେ ୫-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏଥି ସହିତ ଭାରତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଭାରତ ପକ୍ଷରୁ ଲଳିତ ଉପାଧ୍ୟାୟ ଦୁଇଟି ଗୋଲ୍ ଦେଇଥିବା ବେଳେ ହରମପ୍ରୀତ, ଚିଙ୍ଗଲସେନା ଓ ଅମିତ୍ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ବିଜୟୀ କରାଇଛନ୍ତି। ଅନ୍ୟ ପଟେ କାନାଡା ପକ୍ଷରୁ ଫ୍ଲୋରିସ୍ ଭାନ ସନ ଏକ ମାତ୍ର ଗୋଲ୍ ସ୍କୋର କରିଥିଲେ। ଦୁଇଟି ଗୋଲ୍ ଦେଇ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲଳିତ ଉପାଧ୍ୟାୟ ଫ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅନ୍ୟ ପଟେ ପୁଲ ସିର ଅନ୍ୟ ଦୁଇ ଦଳ ବେଲଜିୟମ ଓ କାନାଡା କ୍ରସ ଓଭର ଖେଳିବେ।