Odia News Portal

ବେୟାରଷ୍ଟୋଙ୍କ ଶତକ

ଚଳିତ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆୟୋଜକ ଟିମ୍ ମଜଭୁତ୍ ସ୍ଥିତିରେ ରହିଛି । ବର୍ମିଂହାମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମରୁ ଭାରତ ଖରାପ ବୋଲିଂ ପ୍ରଦର୍ଶନ କରିଛି ।

ଓପ୍ନର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୦ ରନ୍ ଯୋଡ଼ିଛନ୍ତି । ରୟ ୫୭ ବଲରେ ୭ ଚୌକା ଓ ୨ ଛକା ସହ ୬୬ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି । ତେବେ ଅନ୍ୟତମ ଓପ୍ନର ଜେସନ୍ ରୟ ଦ୍ରୁତ ବ୍ୟାଟିଂ କରି ନିଜର ଅଷ୍ଟମ ଦିନିକିଆ ଶତକ ପୂରଣ କରିଛନ୍ତି । ସେ ମାତ୍ର ୯୦ ବଲରେ ନିଜର ପ୍ରଥମ ବିଶ୍ୱକପ୍ ଶତକ ହାସଲ କରିଛନ୍ତି । ତାଙ୍କ ସହ ଜୋ ରୁଟ୍ କ୍ରିଜରେ ଅଛି ।