Odia News Portal

ପାକିସ୍ତାନକୁ ହରାଇଲା ଜର୍ମାନ

ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ୧-୦ ଗୋଲରେ ପାକିସ୍ତାନକୁ ମାତ ଦେଲା ଜର୍ମାନ। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୮ମ ମ୍ୟାଚ୍ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ସେହିଭଳି ଦ୍ୱିତୀୟ କ୍ୱାର୍ଟରେ ମଧ୍ୟ କୌଣସି ଗୋଲ ହୋଇ ନଥିଲା। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଗୋଟିଏ ଗୋଲ ଦେଇଥିଲା। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକମାନେ ଏହି ମ୍ୟାଚ ଦେଖିବା ପାଇଁ ବେଶ୍ ଉତ୍ସାହିତ ଥିଲେ।