Odia News Portal

କୋହଲିଙ୍କ ଟୁଇଟକୁ ନେଇ ଦେଶବ୍ୟାପି ଆଲୋଡନ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସ୍ତବ୍ଧ ସାରା ବିଶ୍ବ । ପ୍ରାୟ ୪୪ ଜଣ ଯବାନ ଏହି ଆକ୍ରମଣରେ ହୋଇଛନ୍ତି ସହିଦ୍ । ଏହି ଘଟଣା ପରେ ସାରା ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି ।
ଦେଶର ଏହି ଶୋକାକୂଳ ପରିବେଶରେ କ୍ୟାପଟେନ୍ କୋହଲି ଏମିତି କିଛି କରିଦେଇଛନ୍ତି ଯାହା ଫଳରେ ପ୍ରଶଂସକଙ୍କ ଟାର୍ଗେଟକୁ ଚାଲିଆସିଛନ୍ତି । କୋହଲିଙ୍କୁ ଜବରଦସ୍ତ ଟ୍ରୋଲ୍ କରିଛନ୍ତି ପ୍ରଶଂସକ । ସମସ୍ତ ଦେଶବାସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ କୋହଲିଙ୍କୁ କିନ୍ତୁ ସ୍ପୋର୍ଟ୍ସ କ୍ଲବ୍ ର ବିଜ୍ଞାପନ ଚିନ୍ତା । ଏହି ବଡ଼ ଧରଣର ଆତଙ୍କବାଦୀ ହମଲା ପରେ ସ୍ପୋର୍ଟ୍ସ ଓନର ପାଇଁ ଟୁଇଟ୍ କରି ଭୋଟ୍ ମାଗିଥିଲେ ।
ହେଲେ କୋହଲିଙ୍କ ଏହି ଟୁଇଟକୁ ହଜମ କରିପାରିଲେନି ପ୍ରଶଂସକ । ଏହି ଟୁଇଟ୍ ପାଇଁ ଟାର୍ଗେଟ କରି ଭଲ ଭାବରେ ଶୁଣାଇଦେଲେ ଫ୍ୟାନ୍ସ । ଯାହା ଫଳରେ ଟୁଇଟକୁ ତୁରନ୍ତ ଡିଲିଟ୍ କରିଦେଇଥିଲେ । ଜଣେ ୟୁଜର ଲେଖିଲେ, ସାର୍ ଆପଣ ଭାରତୀୟ, ତେଣୁ ଆଜି ଯାହା ଆପଣଙ୍କ ଦେଶରେ ହୋଇଛି ସେଥିପାଇଁ କଣ ସମ୍ବେଦନା ଦେଖାଇପାରିବେନି । ସେହିପରି ଆଉ ଜଣେ ଲେଖିଛନ୍ତି, ବିରାଟ୍ ଆପଣଙ୍କୁ ନିଜର ପିଆର୍ ଟିମ୍ ବଦଳାଇବା ଦରକାର ।