ଚାଙ୍ଗଝୋ(ଚାଇନା) () ନୂଅ ।କରି ବିଶ୍ୱ ଚାମ୍ପିୟନ ଟାଇଟଲ ହାସଲ କରିଥିବା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏଠାରେ ଚାଲିଥିବା ଚାଇନା ଓପନ ସୁପର ୧୦୦୦ ଟୁର୍ନାମେଣ୍ଟର ପ୍ରିକ୍ୱାର୍ଟର ଫାଇନାଲରୁ ପରାଜୟ ସହ ବିଦାୟ ନେଇଛନ୍ତି । ଗୁରୁବାର ଖେଳାଯାଇଥିବା ୩ ଗେମ୍ ବିଶିଷ୍ଟ ମ୍ୟାଚରେ ସିନ୍ଧୁ ଥାଇଲାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କଠାରୁ ହରିଯାଇଛନ୍ତି । ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ପ୍ରଥମ ଗେମ୍କୁ ୨୧-୧୨ ବ୍ୟବଧାନରେ ଜିତି ଥିବାବେଳେ ଦ୍ୱିତୀୟ ଗେମ୍ ୧୩-୨୧ ପରାସ୍ତ ହୋଇଥିଲେ । ତୃତୀୟ ଗେମରେ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ହେଲେ ଥାଇଲାଣ୍ଡ ଖେଳାଳି ୨୧-୧୯ ପଏଣ୍ଟରେ ଗେମ୍ ସହ ମ୍ୟାଚ୍ ଜିତି ନେଇଥିଲେ ।
ସେହିପରି ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେ‡ୀ ଓ ଚିରାଗ ସେଟ୍ଟୀ ସିଧାସଳଖ ପରାଜୟ ସହ ଏଠାରେ ଚାଲିଥିବା ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରୁ ଅଭିଯାନ ଶେଷ କରିଛନ୍ତି । ରାଙ୍କିରେ‡ୀ ଓ ଚିରାଗଙ୍କ ଯୋଡ଼ିକୁ ଜାପାନର ତାକାହାଶି ମାକୁରା ଓ କେଇଗୋ ସେନୋଡା ୧୯-୨୧, ୮-୨୧ ଗେମରେ ହରାଇ ଦେଇଛନ୍ତ । ବିଶ୍ୱର ୧୫ତମ ରÿ୍ୟାଙ୍କ ଭାରତୀୟ ଯୋଡ଼ି ମ୍ୟାଚରେ ମାତ୍ର ୩୩ ମିନିଟ୍ ପର୍ଯ୍ୟନ୍ତ ତିÂି ପାରିଥିଲେ । ରାଙ୍କିରେ‡ୀ-ଚିରାଗ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଏହା କ୍ରମାଗତ ଦ୍ୱିତୀୟ ପରାଜୟ । ଗତ ଜୁଲାଇରେ ବିଶ୍ୱର ୪ର୍ଥ ରÿ୍ୟାଙ୍କ କାମୁରା ଓ ସେନୋଡା ଭାରତୀୟ ଯୋଡ଼ିକୁ ହରାଇଥିଲେ । ଅନ୍ୟପକ୍ଷରେ ମିrଡ୍ ଡବଲ୍ସ ବର୍ଗରେ ସାତ୍ତ୍ୱିକ ଓ ଅଶ୍ୱିନୀ ପୋନାପ୍ପାଙ୍କ ଯୋଡ଼ି ୭ମ ରÿ୍ୟାଙ୍କ ଇଣ୍ଡୋନେସିଅ ।ର ପ୍ରବୀଣ ଜୋର୍ଡାନ ଓ ମେଲାଟି ଦେବା ଓକ୍ତାଭିଅ ।ଣ୍ଟିଙ୍କୁ ହରାଇ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଭାରତୀୟ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ଜାପାନର ୟୁକି କାନେକୋ ଓ ମିସାକି ମାତ୍ସୁତୋମୋଙ୍କୁ ଭେଟିବେ ।