ପୁଟାନ() ଅ ।ଇଏସ୍ଏସ୍ଏଫ୍ ବିଶ୍କପ୍ର ଗୋଟିଏ ଦିନରେ ଭାରତୀୟ ଶୁଟରମାନେ ସର୍ବାଧିକ ସଫଳତା ପାଇଛନ୍ତି । ଯୁବ ଶୁଟର ମନୁ ଭାକର, ଇଲାଭେନିଲ ଭାଲରିଭାନ ଓ ଦିବ୍ୟାଂଶୁ ପାନ୍ୱାର ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତିୟ ପ୍ରଥମ ଥର ପାଇଁ ଅ ।ଇଏସ୍ଏସ୍ଏଫ୍ ବିଶ୍କପ୍ର ଗୋଟିଏ ଦିନରେ ଭାରତୀୟ ଶୁଟରମାନେ ଏତେ ସଂଖ୍ୟକ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ୧୭ ବର୍ଷୀୟ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସର୍ବାଧିକ ସଫଳତା ପାଇଛନ୍ତି । ସେହିଭଳି ଇଲାଭନେିଲ (୨୦) ୧୦ ମି. ଏୟାର ରାଇଫଲ ପ୍ରତିଯୋଗିତାରେ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଏମାନଙ୍କ ଭଳି ୧୭ ବର୍ଷୀୟ ଦିବ୍ୟାଂଶୁ ପୁରୁଷ ୧୦ ମି. ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ସର୍ବାଧିକ ୨୫୦.୧ ସ୍କୋର କରି ସମାନ ସଫଳତା ହାତେଇଛନ୍ତି । ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଭାରତୀୟ ୩ ସ୍ୱର୍ଣ୍ଣ ପଦକ ସହ ତାଲିକା ଶୀର୍ଷରେ ରହିଛି । ଅ ।ୟୋଜକ ·ଇନା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ·ଇନା ନିକଟରେ ୨ ସ୍ୱର୍ଣ୍ଣ, ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ରହିଛି ।
ଚଳିତ ସିଜନର ଅନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଅ ।ଇଏସ୍ଏସ୍ଏଫ୍) ଅନ୍ତିମ ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଭାକର ୨୪୪.୭ ସ୍କୋର କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଭାରତୀୟ ଶୁଟର ଯଶସ୍ୱିନୀ ସିଂ ଦେଶ୍ୱାଲ ଫାଇନାଲରେ ୬Â ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ସର୍ବିଅ ।ର ଜୋରାନା ଅରୁନୋଭିକ୍ (୨୪୧.୯) ଓ ·ଇନାର କ୍ୱିଆନ ୱାଙ୍ଗ (୨୨୧.୮) ଦ୍ୱ୍ିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ୧୦ ମି. ଏୟାର ରାଇଫଲ ପ୍ରତିଯୋଗିତାରେ ତାଇୱାନର ଲିନ ୟିଙ୍ଗ ଶିନ(୨୫୦.୭)ଙ୍କୁ ମାତ୍ର ଦଶମିକ ଏକ ପଏଣ୍ଟରେ ପଛରେ ପକାଇ ଇଲାଭେନିଲ (୨୫୦.୮) ସ୍ୱର୍ଣ୍ଣ ପଦକ ହାତେଇଥିଲେ । ମେହୁଲ ଘୋଷ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ଜିଣିବାକୁ ସଫଳ ହୋଇ ନ ଥିଲେ । ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ ବର୍ମା ଓ ସୌରଭ ଚୌଧାରୀ ଫାଇନାଲରେ ପ୍ରବେଶ କରି ଥିଲେ ମଧ୍ୟ ପଦକ ହାତେଇବାରେ ବିଫଳ ହୋଇଥିଲେ । ଯୋଗ୍ୟତା ପର୍ଯ୍ୟାୟର ସଫଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ବର୍ମା (୧୭୯.୪) ୫ମ ସ୍ଥାନରେ ଓ ଚୌଧାରୀ (୧୫୯.୮) ୬Â ସ୍ଥାନରେ ରହିଥିଲେ ।