Odia News Portal

ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା । ଟି-୨୦ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିପାରିଲେନି ଉଭୟ ଦଳ

ନୂଆବର୍ଷ ୨୦୧୯ର ପ୍ରଥମ ଦିନରେ ଶ୍ରୀଲଙ୍କା ଓ ବାଂଲାଦେଶ କ୍ରିକେଟ ଟିମକୁ ଲାଗିଛି ବଡ ଝଟକା । ଆଗାମୀ ବର୍ଷ ହେବାକୁ ଥିବା ପୁରୁଷ ଟି-୨୦ ବିଶ୍ୱକପର ସୁପର-୧୨ ଟିମ ମଧ୍ୟରେ ସ୍ଥାନ ବଜାୟ ରଖିବା ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି ଉଭୟ ଦଳ । ଅଥାର୍ତ ୨୦୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ହେଲେ ଏହି ଦୁଇ ଟିମକୁ ଅନ୍ୟ ଟିମ ସହ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଖେଳିବା ସହ କ୍ୱାଲିଫାଏ କରିବାକୁ ପଡିବ ।

ଟି-୨୦ ବିଶ୍ୱକପର ସୁପର-୧୨ରେ ସିଧାସଳଖ ଯୋଗ୍ୟତା ହାସଲ କରି ସ୍ଥାନ ପାଇଥିବା ଟିମ ଗୁଡିକର ତାଲିକା ପ୍ରକାଶ କରିଛି ଆଇସିସି । ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଟି-୨୦ ର‌୍ୟାକିଂର ଟପ୍-୮ରେ ଥିବା ଟିମ୍ ସିଧାସଳଖ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ହାସଲ କରିଥିବା ବେଳେ ଶ୍ରୀଲଙ୍କା ଓ ବାଂଲାଦେଶ ଏହି ତାଲିକାରୁ ବାଦ ପଡିଛନ୍ତି ।