Odia News Portal

ଇଂଲଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଭିଡିଓ ଦେଖନ୍ତୁ କେମିତି ମଜା କରୁଛନ୍ତି ଖେଳାଳୀ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପହଞ୍ଚିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ବସ ଯୋଗେ ଦୁଇ ଘଣ୍ଟାରେ ଯାଇ ସାଉଥମ୍ପଟନରେ ପହଞ୍ଚିଛି । ତେବେ ସେଠାରେ ଖେଳାଳୀମାନେ କ୍ୱାରେନଣ୍ଟାଇନରେ ରହିବେ । ଏଜିସରେ ପ୍ରାକ୍ଟିସ ପୂର୍ବରୁ ତିନି ଅଲଗା ଅଲଗା ରହିବେ ଖେଳାଳୀ । ୩ଦିନ ପରେ ସମସ୍ତେ ପ୍ରାକ୍ଟିସ କରିପାରିବେ ବୋଲି ସୂଚନା ମିଳିଛି ।

ଭାରତୀୟ ପୁରୁଷ କ୍ରିଟେଟ ଦଳ ସହ ମହିଳା ଦଳ ମଧ୍ୟ ଇଂଲଣ୍ଡ ଗସ୍ତରେ ଯାଇଛି । ଇଂଲଣ୍ଡ ସହ ଦ୍ୱିପାକ୍ଷିକ ସିରିଜ ଖେଳିବ ମହିଳା ଟିମ୍ । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ଲାଗି ରହିଛି ବିରାଟ ବାହିନୀ । ଆସନ୍ତା ୧୮ ତାରିଖରେ ମ୍ୟାଚ ଖେଳିବ ଦଳ । ଏବେ ଇଂଲଣ୍ଡ ସହ ସିରିଜ ଖେଳୁଛି ନ୍ୟୁଜିଲାଣ୍ଡ । ବସରେ ଉଭୟ ମହିଳା ଓ ପୁରୁଷ ଦଳର ଖେଳାଳୀମାନେ ମଜା କରୁଥିବା ବିସିସିଆଇ ନିଜ ଟ୍‌ବିଟର ପେଜରେ ଭିଡିଓ ପୋଷ୍ଟ କରିଛି ।