ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ଠାରେ ୨୯ ତମ ସିନିୟର୍ ଚମ୍ପିୟାନସିପରେ ପରାଜୟ ସହ ୫ ଥର ପାଇଁ ରନର୍ସଅଫ୍ ହୋଇଛି ଓଡିଶା । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚର ଶକ୍ତିଶାଳୀ ଉତ୍ତରପ୍ରଦେଶ ଠାରୁ ୭ ଓ୍ବିକେଟ୍ ରେ ପରାସ୍ତ ହୋଇ ଓଡ଼ିଶା ରନର୍ସଅଫ୍ ହେବା ସହ ରୈାପ୍ୟ ପଦକ ହାସଲ କରିଛି । ପୂର୍ବ ମ୍ୟାଚ୍ ଗୁଡିକରେ ଖେଳାଳୀ ମାନେ ଯେଉଁ ଜୋସରେ ପଡିଆକୁ ଓହ୍ଲାଇଥିଲେ ଆଜି ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା ।
ଆଜି ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନକୁ ୫ ଓ୍ବିକେଟ୍ ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଓଡ଼ିଶା । ସେହିପରି ଫାଇନାଲ ମ୍ୟାଚରେ ଅନ୍ୟତମ ଶକ୍ତିଶାଳୀ ଉତ୍ତରପ୍ରଦେଶ ଦଳ ଠାରୁ ୭ ଓ୍ବିକେଡରେ ପରାସ୍ତ ହୋଇଥିଲା । ଓଡ଼ିଶାର ଅଧିନାୟକ ପ୍ରକାଶ ସାହୁ ସେମିଫାଇନାଲରେ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏହି ସଫଳତା ପାଇଁ ଓଡ଼ିଶା ଦଳରେ ସାମିଲ ଥିବା ଖେଳାଳି ଏବଂ ମ୍ୟାନେଜର ଓ କୋଚ ଚକ୍ରଧର ମାଝିଙ୍କୁ ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏସନ୍ ର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, ସଭାପତି ସୁରଜ ମିଶ୍ର, ସମ୍ପାଦକ ଶିଥିଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ଯୁଗ୍ମ ସହ ସମ୍ପାଦକ ସୋମନାଥ ପରିଡ଼ା ଓ ସଞ୍ଜୟ ବିଶୋଇ ସମେତ ବହୁ ସଂସ୍ଥା ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।