Odia News Portal

ଆଜି ଟି-୨୦ର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ()  ଆଜି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ଏହି ସିରିଜର ୨ଟି ମ୍ୟାଚ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ରିଜୋନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ଫ୍ଲୋରିଡାରୁ ସିଧାପ୍ରସାରଣ କରାଯିବ।

ତେବେ ଏହି ମ୍ୟାଚ୍ରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଡେପୁଟି ରୋହିତ ଶର୍ମା ପରସ୍ପରର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିବେ ବୋଲି କୁହାଯାଉଛି। ଉଭୟ କ୍ରିକେଟ୍ରେ ଏହି ଛୋଟିଆ ଫର୍ମାଟରେ ୨୦ଟି ଲେଖାଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱର କୌଣସି ଖେଳାଳି ଏଭଳି ରେକର୍ଡ କରିପାରି ନାହାନ୍ତି।

ରୋହିତ ଶାର୍ମା, ବିରାଟ କୋହଲି(ଅଧିନାକୟ), ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ଋଷଭ ପନ୍ତ, ମନିଷ୍ ପାଣ୍ଡେ, ରବିନ୍ଦ୍ର ଜାଡେଜା, ପାଣ୍ଡିୟା, ରାହୁଲ ଚାହର, ଭୁବନେଶ୍ବର କୁମାର ଓ ଖଲିଲ୍ ଅହମ୍ମଦ ଖେଳିବେ ପ୍ରଥମ ଟି-୨୦ ମ୍ୟାଚରେ ।