ଭୁବନେଶ୍ୱର() ଇଲେକ୍ଟ୍ରୋନିକ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍ର ଭିତ୍ତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଣ୍ଟରଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ । ଷ୍ଟାଡିୟମ୍ ପରିସରରେ ଥିବା ଫୁଟବଲ ପଡ଼ିଅ ।, ଗଗନ ନାରଙ୍ଗ ୨୫ ମିଟର ସୁଟିଂ ରେଞ୍ଜ, ରିଲାୟ୍ସ ଆଥ୍ଲେଟିକ୍ ହାଇ ପରଫରମାନ୍ସ ସେଣ୍ଟର, ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ ।
ଏଥି ସହିତ ଅଭିନବ ବିନ୍ଦ୍ରା ସେଣ୍ଟରର ଖେଳାଳୀମାନଙ୍କ ଆହତଜନିତ ସମସ୍ୟାକୁ କିପରି କ୍ରାୟୋଜେିକ୍ ଥେରାପି ମାଧ୍ୟମରେ ତୁରନ୍ତ ଠିକ୍ କରାଯାଇ ପାରୁଛି ତାହା ଦେଖିଥିଲେ । ଏହିସବୁ ବ୍ୟବସ୍ଥା ଖେଳାଳୀମାନେ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବା ସହ ଅ ।ନ୍ତର୍ଜାତିକ ମାନର ଖୋଳାଳୀ ସୃଷ୍ଟି କରିବାରେ ଅଧିକ ସହାୟକ ହେବ ବୋଲି ଦାୟିତ୍ୱରେ ଥିବା ଅଧିକାରୀମାେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଉପଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ ଉପଶାସନ ସଚିବ ତଥା କଳିଙ୍ଗ ଷ୍ଟାଡିୟମ୍ର ପ୍ରଶାସକ ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।