ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୋରିଗୁମା ତହସିଲ ଅନ୍ତର୍ଗତ କୁମୁଲି ସର୍କଲର ଏଆର ଆଇ ତଥା ଇନଚାର୍ଜ ଆର.ଆଇ(ରାଜସ୍ବ ନିରୀକ୍ଷକ) ସୁରେନ୍ଦ୍ର ତନ୍ତୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ୮ଟି ସ୍ଥାନରେ ଚଢ଼ାଉ କରୁଛି। ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଶକ୍ତି ଉପରେ ୩ ଡିଏସପି, ୭ ଇନ୍ସପେକ୍ଟର, ୫ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ, ଚଢ଼ାଉ ହେଉଛି।
କୋରାପୁଟ ଜିଲ୍ଲାର ନିମ୍ନ ସ୍ଥାନଗୁଡ଼ିକରେ ଚଢ଼ାଉ ହେଉଛି। ସୁରେନ୍ଦ୍ର ତନ୍ତୀଙ୍କର ବୋରିଗୁମାରେ ଅବସ୍ଥିତ ଆବାସିକ ଦ୍ୱି ମହଲା କୋଠା, ବୋରିଗୁମା ଠାରେ ତାଙ୍କ ଝିଅଙ୍କର ଆବାସିକ ଭଡ଼ା ଘର, ରଣସପୁରରେ ତାଙ୍କ ପୈତୃକ ଘର, ଗ୍ରାମ ହୋସ୍, ପି-ବୋରିଗୁମା, ଡିଷ୍ଟ-କୋରାପୁଟ , କୁମୁଟାରେ ଥିବା ସଂପର୍କୀୟଙ୍କ ଘର, ବୋରିଗୁମା ଠାରେ ତାଙ୍କ ସମ୍ପର୍କୀୟଙ୍କର ଦୁଇଟି ମହଲା କୋଠା,ବୋରିଗୁମା ଠାରେ ଦୁଇଟି ମହଲା ବଜାର କମ୍ପ୍ଲେକ୍ସ,ବୋରିଗୁମା ଠାରେ ତାଙ୍କର କୋଠା ଓ ବୋରିଗୁମାର କୁମୁଲି ଠାରେ ଶ୍ରୀ ତନ୍ତୀଙ୍କ ଅଫିସ୍ ଚାମ୍ବର। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
