Odia News Portal

ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଜଳି ପୋଡି ପାଉଁଶ

ସମ୍ବଲପୁରରେ ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଅଇଁଠାପାଲି ମାଝିପାଲି ଠାରେ ଥିବା ଗୁଟଖା କାରଖାନାରେ ସକାଳ ୧୧ଟା ବେଳକୁ ହଠାତ ନିଆଁ ଲାଗି ଯାଇଥିଲା। ଏଥିରେ ୨୩ରୁ ଅଧିକ ଆହତ ହୋଇଛନ୍ତି। ପ୍ରଚଣ୍ଡ ନିଆଁ ହଠାତ ଚାରିଆଡକୁ ମାଡ଼ି ଯାଇଥିଲା। ଲକ୍ଷଲକ୍ଷ ପ୍ୟାକେଟ ଗୁଟଖା ଜଳିଯାଇଥିଲା। ଫଳରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲିଭା କାର୍ୟ୍ୟରେ ଦମକଳ ବିଭାଗର ୨ଟି ଗାଡ଼ି ଓ ଗୋଟିଏ ରେସ୍କ୍ୟୁ ଗାଡ଼ି ନିୟୋଜିତ ହୋଇଥିଲା। ଅଗ୍ନିଶମ କର୍ମଚାରୀ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସମ୍ବଲପୁର ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ପ୍ରାୟ ୨୫ଜଣ ଶ୍ରମିକ ଆହତ । କାରଖାନା ଭିତରେ ପ୍ରବଳ ଧୂଆଁ ଯୋଗୁଁ ଉଦ୍ଧାର କାର୍ୟ୍ୟରେ ସମସ୍ୟା ସୃଷ୍ଟି ହେଉଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।