Odia News Portal

ସତ ଖବର ପ୍ରସାରଣ କରି ଜେଲ ଗଲେ ୫ ସାମ୍ବାଦିକ

ସତ ଖବର ଦେଖାଇ ଜେଲ ଗଲେ ୫ ସାମ୍ବାଦିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ ।
ସୂଚନାନୁସାରେ, ଜିଲ୍ଲାର କୋରକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଖବର ପ୍ରସାରଣ କରିଥିଲେ ୫ ସାମ୍ବାଦିକ । ତେବେ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସାମ୍ବାଦିକଙ୍କ ବିରୋଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲା । ଏହା ପରେ ପୋଲିସ ଘଟଣାର ଉଚିତ ତଦନ୍ତ ନ କରି ରାତି ୨ଟା ସମୟରେ ଆତଙ୍କବାଦୀଙ୍କୁ ଗିରଫ କରିବା ଭଳି ପାଞ୍ଚ ଜଣ ସାମ୍ବାଦିକଙ୍କୁ ଘରେ ପସି ଉଠାଇଆଣି କୋର୍ଟକୁ ଫରୱାର୍ଡ କରିଥିଲା । ଯାହାକୁ ବିରୋଧ କରି ମାଲକାନଗିରି ଜିଲ୍ଲାର ସମସ୍ତ ସାମ୍ବାଦିକ ରବିବାର କଲମ ଛାଡ଼ ଆନ୍ଦୋଳନ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।