Odia News Portal

ସୁଇସାଇଡ୍ ନୋଟରେ ଆଉ ଦୁଇ ପୃଷ୍ଠା ଲେଖିଥିଲେ ବିଦ୍ୟାଶ୍ରୀ

ଭୁବନେଶ୍ବର() ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ନେଇ ଦିନକୁ ଦିନ ଅଧିକ ଜଟିଳ ହେଉଛି ପ୍ରସଙ୍ଗ । ମୃତ୍ୟକୁ ଇତିମଧ୍ୟରେ ୨ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟ ତାହା ପ୍ରମାଣ ହୋଇପାରିଲାନାହିଁ । ଜିଆର୍‌ପି ଘଟଣାର ତଦନ୍ତ କରୁଛି ।

ତେବେ ଘଟଣାକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ଜିଆର୍‌ପି ଦ୍ୱାରା ଜେରା ହୋଇଥିବା ବିଦ୍ୟାଶ୍ରୀଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ଆଦିତ୍ୟଙ୍କ ସୁଇସାଇଡ୍‌ ନୋଟ୍‌ରେ କାହାର ହ୍ୟାଣ୍ଡ ରାଇଟିଂ ଅଛି? ତାହା ଏଯାଏଁ ସ୍ପଷ୍ଟ ହୋଇନି। କିନ୍ତୁ ସୁଇସାଇଡ୍‌ ନୋଟ ଲେଖା ଥିବା ଡାଏରୀରେ ପୁଣି ଏକ ଟୁଇଷ୍ଟ ଆସିଛି । ଉକ୍ତ ଡାଏରୀରେ ଆଦିତ୍ୟଙ୍କ ୪ ଫର୍ଦ୍ଦ ବିଶିଷ୍ଠ ସୁଇସାଇଡ୍‌ ନୋଟ୍‌ ପରେ ଆଉ ଦୁଇ ଫର୍ଦ୍ଦ ଲେଖିଥିଲେ ବିଦ୍ୟାଶ୍ରୀ । ଯାହାକି, ବିଦ୍ୟାଶ୍ରୀଙ୍କୁ ଜେରା ବେଳେ ଜଣାପଡି଼ଛି । ଜିଆର୍‌ପି ପୁଲିସ ଜେରା ବେଳେ ଏନେଇ ବିଦ୍ୟାଶ୍ରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ ଉଠାଇଥିଲେ । ତେବେ ଏହି ଦୁଇ ପୃଷ୍ଠାରେ ବିଦ୍ୟାଶ୍ରୀ କ’ଣ ଲେଖିଥିଲେ । ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପିପୁଲ ଫର୍‌ ସେବା ଫାଉଣ୍ଡେସନରେ କରାଯାଇଥିବା ଅର୍ଥ କାରବାରକୁ ନେଇ କିଛି ସୂଚନା ଦିଆଯାଇଥିବା ପୁଲିସ କହିଛି ।