Odia News Portal

ମତେ ଅଯଥା ବଦନାମ୍‌ କରନି

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲରା ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ହତ୍ୟା ନା ଆତ୍ମହତ୍ୟା , ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡେଥ୍‌ ମିଷ୍ଟ୍ରି ଘଟଣାରେ ପୁଣି ମୁହଁ ଖୋଲିଛନ୍ତି ସ୍ତ୍ରୀ ବିଦ୍ୟାଶ୍ରୀ । ଜବତ ଡାଏରୀର ସୁଇସାଇଡ୍‌ ନୋଟ୍‌ରେ ଶେଷ ୨ ଫର୍ଦ୍ଦ ଲେଖିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ମୁଁ ହେଉଛି ଏକ ଖୋଲା ବହି । ମୋ ପେଟରେ କିଛି କଥା ରହେନି । ସୁଇସାଇଡ୍‌ ନୋଟ୍‌ରେ ଲେଖା ମୋର ନୁହେଁ । ମତେ ଅଯଥା ବଦନାମ୍‌ କରନି ।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଫେସ୍‌ବୁକ୍‌, ଟୁଇଟରରେ ସବୁଦିନ ମାଳମାଳ ପୋଷ୍ଟ କରାଯାଉଛି । ନ୍ୟାୟ ପାଇଁ ଆଦିତ୍ୟଙ୍କ ପ୍ରଶଂସକମାନେ ଫେସ୍‌ବୁକ୍‌ରେ ‘ଲଣ୍ଡା ଅଭିଯାନ’ ବି ଚଳାଇଛନ୍ତି । ତେବେ ଏସବୁ ଭିତରେ ବିଦ୍ୟାଶ୍ରୀଙ୍କ ଉପରେ ସନ୍ଦେହର ଅଙ୍ଗୁଳି ଉଠିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ କିଛି ଚର୍ଚ୍ଚା ହେଉଛି । ଏଥିରେ ହତୋତ୍ସାହିତ ହୋଇ ପଡିଥିବା ବିଦ୍ୟାଶ୍ରୀ ଆଜି ଗଣମାଧ୍ୟମ ସାମ୍ନାରେ ନିଜ କୋହ ପ୍ରକାଶ କରିଛନ୍ତି ।