Odia News Portal

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ ଏବସୁ କିଛି ବି ଦେଖିବାକୁ ମିଳିବନି । ସିମିତ ସଂଖ୍ୟକ ପୂଜକଙ୍କ ଦ୍ୱାରା ନୀତିକାନ୍ତି ଚାଲିଛି ।

ସୂଚନା ଥାଉକି, ଗତକାଲି ଥିଲା ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ଶୁଭାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ । ନୀତି ଅନୁସାରେ ଜ୍ୱରରେ ପଡିଥାନ୍ତି ମହାପ୍ରଭୁ । ସେଥିଲାଗି ଅଣସର ଘରେ ରହିଥାନ୍ତି । ଏହି ସମୟରେ ମୁଖ୍ୟତଃ ଭକ୍ତମାନେ ଦର୍ଶନ ଲାଗି ବ୍ରହ୍ମଗିରି ଅଲାରନାଥ ଯାଇଥାନ୍ତି । ମୁଖ୍ୟତଃ ପୁରୀ ଶ୍ରୀମନ୍ଦିରରେ ଏହି ସମୟରେ କମ ସଂଖ୍ୟକ ଭକ୍ତ ଯାଇଥାନ୍ତି । ତେବେ ଚଳିତ ବର୍ଷ କରୋନା କଟକଣା ଲାଗି ସବୁକିଛି ଫିକା ପଡ଼ିଛି ।