Odia News Portal

ସୈନିକ ସ୍କୁଲରେ ବାର୍ଷିକ କ୍ୟାମ୍ପ

ଭୁବନେଶ୍ୱର: ସୈନିକ ସ୍କୁଲରେ ଏନସିସି ସିନିଅର ଡିଭିଜନ ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଚଳିତ ୨୦୨୧ ମସିହା ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୭୮ କ୍ୟାଡେଟ ସମ୍ବଳିତ ବାର୍ଷିକ ସମର ଶିକ୍ଷାର୍ଥୀ ପ୍ରଶିକ୍ଷଣ ଶିବିର ସୈନିକ ସ୍କୁଲ ଅଧ୍ୟକ୍ଷ ଗ୍ରୁପ କ୍ୟାପେଟନ୍ ଏସ ଡୋମିନିକ ରାୟନଙ୍କ ତତ୍ୱାବଧାନରେ ସୈନିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କମାଣ୍ଡର,କ୍ୟାପଟେନ୍ ,ଡେପୁଟି କ୍ୟାମ୍ପକମାଣ୍ଡାଂଟ ଭାବେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ଏ.ଏନ.ଓ ଶ୍ରୀ ଡି ଗୋଲାନି ଓ ଅନ୍ୟ ଏନ.ସ.ିସି ଅଫିସର ମାନେ ସହଯୋଗ କରିଥିଲେ ।
ଏହି ଉଦ୍ଘାଟନ ଅବସରରେ କ୍ୟାମ୍ପକମାଣ୍ଡାଂଟ ଗ୍ରୁପ୍ କ୍ୟାପଟେନଙ୍କ ଭାଷଣ ବେଶ ଉତ୍ସାହଯୋଗ୍ୟ ଥିଲ । କ୍ୟାମ୍ପରେ ଯୋଗ ଦେଇଥିବା ସମସ୍ତ କ୍ୟାଡେଟ ମାନଙ୍କୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ୬ ଭାଗରେ ବିଭକ୍ତ କରାଯାଇଥିଲା ।
ଏିବିର ସ୍ଥାପନ,ସକାଳ ପିଟି,ଅବଷ୍ଟାକଲ କୋର୍ସ ଅଭ୍ୟାସ,ଅସ୍ତ୍ରଶିକ୍ଷା, ଭାବ ଆଦାନ ପ୍ରଦାନ,ନେତୃତ୍ୱ ଦକ୍ଷତା,ବ୍ୟାକ୍ତିତ୍ୱ ଅଭିବୃଦ୍ଧି,ଆନ୍ତଃ ପ୍ରତିଯୋଗିତା,ଖେଳକୁଦ,ଡ୍ରିଲ୍ ,ଏବଂ ବନ୍ଧୁକ ଚାଳନା ପ୍ରଭୃତି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଶେଷରେ କ୍ୟାଡେଟ ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏତିରେ ଏନ.ସ.ିସି. ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ କମୋଡର ସୌମେନ ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଂଟନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।