Odia News Portal

ରିମାଣ୍ଡରେ ଗଲେ ଅନୁପ ସାଏ

ଝାରସୁଗୁଡା() ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ଘଟଣାରେ ୩ଦିନିଆ ରିମାଣରେ ଗଲେ ଅନୁପ ସାଏ ।ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଛତିଶଗଡ ପୋଲିସ । ଅନୁପ ସାଏଙ୍କ ସହିତ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ରାଇଗଡ ଉଔଗ କୋର୍ଟ।

୨୦୧୬ ମସିହାରେ ଛତିଶଗଡ଼ ରାଇଗଡ଼ର ଏକ ଜଙ୍ଗଲିଆ ରାସ୍ତା ବଙ୍କୁରସିଆରୁ କଳ୍ପନା ଦାସ୍ ଏବଂ ତାଙ୍କ ଝିଅ ବବଲିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି ତଦନ୍ତ ହତ୍ୟାକାଣ୍ଡ ଘଟଣାରେ ପର୍ଦ୍ଧାଫାଶ କରିଛି ଛତିଶଗଡ ପୋଲିସ ।