Odia News Portal

ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା

ଝାରସୁଗୁଡ଼ା() ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ ତାଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରିଥିବା ବେଳେ ଏବେ କିନ୍ତୁ ସେ କିଛି ତଥ୍ୟ ଦେଉ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଶନିବାର ପୋଲିସ ଅନୁପଙ୍କୁ ହତ୍ୟାକାଣ୍ଡସ୍ଥଳ ଛତିଶଗଡ଼ର ରାୟଗଡ ଜିଲା ଚକ୍ରଧରନଗର ଥାନା ଅଧୀନ ହମିରପୁର ଜଙ୍ଗଲକୁ ନେଇ ଲାଇଭ ଡେମୋ କରାଇବାକୁ ଯୋଜନା କରିଛି। ଅନ୍ୟପକ୍ଷେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।