Odia News Portal

ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବନି

ନୂଆଦିଲ୍ଲୀ() ଡବଲ ମର୍ଡର ମାମଲାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ପୋଲିସ ଆବେଦନକୁ ଖାରଜ କଲେ କୋର୍ଟ । ଚକ୍ରଧରନଗର ପୋଲିସ ଆବେଦନକୁ ରାୟଗଡ ସି.ଜେ.ଏମ କୋର୍ଟ ଖାରଜ କରିଛନ୍ତି । ଏହି ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ଖାରଜ କଲେ କୋର୍ଟ । ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ବିପି ପଟେଲ ଏହି ସୂଚନା ଦେଇଛନ୍ତି ।