Odia News Portal

ନୟାଗଡ଼ରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରୋ

ନୟାଗଡ() ନୟାଗଡ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରୋ ନୟାଗଡରେ ପହଞ୍ଚିଛନ୍ତି । ନୟାଗଡ ଯଦୁପୁର ଯାଇ ତଦନ୍ତ କରୁଛନ୍ତି ଏସଆଇଟିର ମୁଖ୍ୟ । କୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ କରୁଥିବା SITର ମୁଖ୍ୟ ଅରୁଣ ବୋଥ୍ରା ସର୍କିଟ୍‌ ହାଉସରେ ଏସ‌ପି ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଯେଉଁ ଜାଗାରେ ପରୀ ମୃତଦେହ ମିଳିଥିଲା, ସେଠାରେ ମଧ୍ୟ ଅରୁଣ ତଦନ୍ତ କରୁଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ପରୀ ମାମଲାର ଖୋଳତାଡ଼ ପାଇଁ` ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ କରାଯାଇଛି ।