Odia News Portal

ଦୀପ ଜଳାଇ କରୋନାରୁ ମୁକ୍ତି ପାଇଁ କାମନା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱପାଇଁ ମହାମାରୀର ରୂପ ନେଇଥିବା କରୋନାକୁ ହରାଇବା ପାଇଁ ରବିବାର ସାରା ଦେଶବାସୀ ରାତି ୯ଟା ରେ ୯ ମିନିଟ ପାଇଁ ଦୀପ, ମହମବତୀ, କ୍ୟାଣ୍ଡାଲ ଆଦି ଜ।ଳିଛନ୍ତି । ଦୀପ ଜାଳିବା ସହ ସାରା ଦେଶବାସୀ କରୋନା ବିରୋଧରେ ଏକ ହୋଇଥିବା ପ୍ରମାଣିତ ହୋଇଛି ।

ଏହି ଅବସରରେ ଓଡିଶାର ସୁଦକ୍ଷ ନେତା ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ମଧ୍ୟ ପରିବାର ସହ ଦୀପ ଜାଳି ଥିଲେ । ଶ୍ରୀ ସାହୁ ଦୀପ ଜାଳି ଦେଶର କରୋନାର ଅନ୍ଧକାରକୁ ହଟାଇବା ପାଇଁ ବାର୍ତ୍ତା ଦେବା ସହ କରୋନା ବିରୋଧରେ ବିଜୟର ଆଲୋକ ଜାଳିଛନ୍ତି ।