Odia News Portal

ଅକ୍ଷୟ ତୃତୀୟାରେ କ୍ଷେତରେ ହଳ କରି କୃଷକଙ୍କୁ କୃଷିମନ୍ତ୍ରୀଙ୍କ ସମ୍ମାନ

ଭୁବନେଶ୍ବର() ପବିତ୍ର ଅକ୍ଷୟ ତୃତୀୟା ବା କୃଷକ ଦିବସରେ କ୍ଷେତରେ ହଳ କରି ଚାଷୀ ମାନଙ୍କର ମନୋବଳ ବଢାଇଲେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ । କରୋନା ସମୟରେ ଚାଷୀମାନଙ୍କର ଅଭାବନୀୟ କ୍ଷତି ଘଟିଥିବା ବେଳେ କୃଷିମନ୍ତ୍ରୀ ନିଜେ ହଳ କରି ଚାଷୀମାନଙ୍କ ଘା’ରେ ମଲମ ଲଗାଇଛନ୍ତି ।

କରୋନା ବିତ୍ପତି ସମୟରେ ରାଜ୍ୟର କୃଷକମାନେ କରୋନା ଭୟକୁ ଖାତିରି ନକରି ରାଜ୍ୟ ଓ ଦେଶ ପାଇଁ ଚାଷ କରି ଯେଉ ମହତ କାର୍ଯ୍ଯ କରୁଛନ୍ତି ସେଥିପାଇଁ ଚାଷୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମନ୍ତ୍ରୀ ।

“କଥାରେ ଅଛି
‘ଚାଷ ଅଛି ଯାହାର କି ଆନନ୍ଦ ତାହାର
ଚାଷୀ ଭାଇ ଯୋଗାଉଛି ଦୂନିଆକୁ ଆହାର,

ଏଥିସହ କରୋନା ସକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡାକଡି ପାଳନ କରିବା ସହ କୃଷି କାର୍ଯ୍ଯ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।