Odia News Portal

କେନ୍ଦ୍ର ସରକାରଙ୍କୁ କୃଷିମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଧାନର ଏମଏସପି ବୃଦ୍ଧିନେଇ ଚିଠି ଲେଖିଛନ୍ତି କୃଷିମନ୍ତ୍ରୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ୨୯୩୦ ଟଙ୍କାକୁ ବୃଦ୍ଧି ହେଲେ ଚାଷୀ ୨୫ ପ୍ରତିଶତ ଲାଭ ପାଇବେ । ଓଡ଼ିଶା ଚାଷୀ ଅନେକ ଦୁର୍ବିପାକର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାର ଯାହା ଦେଉଛନ୍ତି ତାହା ଓଡ଼ିଶା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ସୂଚନା ଥାଉକି, ଗତକାଲି ଧାନର ଏମଏସପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଧାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟ୍ ବୈଠକରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ ସରକାର । ୨୦୨୦-୨୧ରେ ୧୮୭୬ ଟଙ୍କା ଥିବା ବେଳେ ଏବେ ଏହା ୧୯୪୦ ଟଙ୍କା ଘୋଷଣା କରିଛି କେନ୍ଦ୍ର । ବିଭିନ୍ନ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟ ବୈଠକରେ ଆଲୋଚନ ହୋଇଥିଲା । ଧାନର ସହାୟକ ମୂଲ୍ୟ ବୃଦ୍ଧି ହେବା ପରେ ଅଧିକ ଲାଭ ପାଇବେ କୃଷକ ।