Odia News Portal

ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର() ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ଅଞ୍ଚଳରେ ସକାଳୁଆ ବ୍ୟାଙ୍କ ସେବା ମିଳିବ । ସକାଳ ୮ଟାରୁ ଦିନ ୨ଟା ଯାଏଁ ବ୍ୟାଙ୍କ ଖୋଲା ରହିବ । ଓଡ଼ିଶା ସରକାର ରବିବାର ଏମିତି ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ଜାରି ଆଦେଶନାମା ମୁତାବକ, ଖୋର୍ଦ୍ଧା, ଗଞ୍ଜାମ, କଟକ ଓ ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମକୁ ଜୁଲାଇ ୧୭ରୁ ୩୧ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଯେହେତୁ ଏସବୁ ଅଞ୍ଚଳ ଲକ୍‌ଡାଉନ୍‌ ରହିଛି, ଏଠାରେ ବ୍ୟାଙ୍କିଙ୍ଗ୍‌ ସେବାକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଣୁ ଜୁଲାଇ ୨୦ ବା ସୋମବାରଠାରୁ ଏସବୁ ଅଞ୍ଚଳରେ ସକାଳ ୮ଟାରୁ ବ୍ୟାଙ୍କ ଖୋଲିବ ଓ ଦିନ ୨ଟାରେ ବନ୍ଦ ହେବ। ଜନସାଧାରଣ ସକାଳ ୮ଟାରୁ ଦିନ ୧ଟା ମଧ୍ୟରେ ବ୍ୟାଙ୍କ ସେବା ପାଇପାରିବେ ।