Odia News Portal

ଫଳଦର ଆକାଶ ଛୁଆଁ, ପଢ଼ନ୍ତୁ ଭୁବନେଶ୍ୱରରେ କେତେ ଟଙ୍କା ରହିଛି କେଉଁ ଫଳର ଦର

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ସ୍ୱାମୀର ଆୟୂଷ ମନାସୀ ବ୍ରତ ରଖିଥାନ୍ତି ସାଧବା ମହିଳା । ତେବେ ଏହି ସାବିତ୍ରୀ ବ୍ରତ ଲାଗି ଫଳ ଦର ଆକାଶ ଛୁଆଁ ରହିଛି । ବଡ଼ ବଡ଼ ମଲ ବନ୍ଦ ରହିଥିବାରୁ ଫୁତଫାତରେ ବସୁଥିବା ଦୋକାନରେ ଲାଗିଛି ପ୍ରବଳ ଭିଡ଼ । ଦିନ ୧୧ଟା ଟାଏଁ ଖୋଲା ରହୁଥିବାରୁ ସକାଳୁ ସକାଳୁ ଫଳ ବଜାରରେ ଭିଡି ଲାଗିଛି । ସେପଟେ ଲକଡାଉନରେ ଅଳ୍ପ ସମୟ ଖୋଲା ରଖୁଥିବା ବେପାରୀମାନେ ମଧ୍ୟ ଚଢ଼ାଦରରେ ଫଳ ବିକ୍ରି କରୁଛନ୍ତି ।

ତେବେ ଆଜି ଭୁବନେଶ୍ୱରରେ ଲିଚୁ କିଲୋ ପ୍ରତି ୧୮୦, ପଣସ ଗୋଟାକୁ ୨୦୦ ଟଙ୍କା, ଅଙ୍ଗୁର ୧୮୦, ସେଓ ୨୨୦, କମଳା ୧୫୦, ଡାଲିମ୍ବ ୧୮୦ ଥିବା ବେଳେ ସାବିତ୍ରୀ ପୂଜା ସାମଗ୍ରୀ ର ଦାମ ମଧ୍ୟ ବଢିଛି । ସେପଟେ ବେପାରୀ ମଧ୍ୟ ଚିନ୍ତାରେ ସବୁ ବର୍ଷ ଭଳି ବେପାର ହେଉନାହିଁ । ବାହାରୁ ଫଳ ଅଧିକ ନଆସିପାରିବାରୁ ଯାହା ବି ଆସୁଛି ଓଡିଶା ବଜାର ରେ ତାହାର ଦର ବୃଦ୍ଧି ହେଉଛି । ସକାଳ ୭ ରୁ ୧୧ ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିବାରୁ ବେପାର ହେଉନାହିଁ । ଆଜି ସାବିତ୍ରୀ ସଜ କିଣିବା ପାଇଁ ଭୁବନେଶ୍ୱର ଏକ ନମ୍ବର ମାର୍କେଟ ରେ ଗହଳି ଦେଖାଦେଇଥିଲା । ବଡ଼ ବଡ଼ ସୋରୁମ ବନ୍ଦ ରହୁଥିବାରୁ ଏଠାରେ ଭିଡ ଜମୁଛି ।