Odia News Portal

ସେପ୍ଟେମ୍ବରରେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ

ଭୁବନେଶ୍ୱର()  ଭୁବନେଶ୍ୱରରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ  । ରାଜଧାନୀରେ ପ୍ରତିଦିନ ଶହ ଶହ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି  । ସେପ୍ଟେମ୍ବରରେ ବି କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ  । ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ସୂଚନା ଦେଇଛନ୍ତି  ।

ଶ୍ରୀ ଚୌଧୁରୀ କହିଛନ୍ତି ଯେ, ସେପ୍ଟେମ୍ବର ହେଉଛି ଭୁବନେଶ୍ୱର ପାଇଁ ପିକ ଟାଇମ  । ଏବେ ଭୁବନେଶ୍ୱରରେ ୩ ହଜାର ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି  । ସେପ୍ଟେମ୍ବର ୧୫ ବେଳକୁ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରରେ ପହଁଚିପାରେ  । ଏବେ କେବଳ ବିଏମସିରେ ଦୈନିକ ଅଢେ଼ଇ ହଜାର ଟେଷ୍ଟ କରାଯାଉଛି  । ରାଜଧାନୀର ୧୦ଟି ୱାଡର଼୍ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି  । ଅପରପକ୍ଷରେ ମେଡ଼ିକାଲରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସୁବିଧା ସହ ଶଯ୍ୟା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି  ।