Odia News Portal

ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ() ସୁରତରୁ ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ଆଜି ସକାଳ ନାଗପୁର ଆମରାବତୀ ଜାତୀୟ ରାଜପଥ ନିକଟରେ ଏହି ବସଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଆମରାବତୀ ନିକଟସ୍ଥ କରଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ସୂଚନା ଅନୁସାରେ ଗତକାଲି ସୁରତରୁ ଫେରୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭଞ୍ଜନଗର ସ୍ଥିତ କଳିଙ୍ଗ ଘାଟିରେ ବସଟି ଓଲଟି ପଡ଼ିଥିଲା । ବସରେ ପ୍ରାୟ ୫୦ରୁ ଅଧିକ ଲୋକ ଥିଲେ । କିନ୍ତୁ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ।